ଚେନ୍ନାଇ: ସମୟ କେତେବେଳେ କାହାକୁ କେଉଁଠାରେ ନେଇ ଛିଡା କରିବ ତାହା ସେଇ ବିଧାତାଙ୍କୁ ହିଁ ଜଣା। କିଏ ଗରିବରୁ ଧନୀ ତ ଆଉ କିଏ ଧନୀରୁ ଗରିବ .ହୋଇଯାଏ, ଏସବୁ ସେଇ ବିଧାତା ହିଁ ସ୍ଥିର କରି ଥାଏ। ଗତ ମଙ୍ଗଳବାର ଆୟକର ବିଭାଗ ଏକ ବଡ଼ ଧରଣର ଚଢ଼ଉ କରି ବ୍ୟାପକ ପରିମାଣରେ ଟଙ୍କା ଓ ସୁନା ଜବତ କରିଥିଲା। ଆୟକର ବିଭାଗ ଚେନ୍ନାଇର ରୋଡ଼ କଣ୍ଟ୍ରାକ୍ଟର ନାଗରାଜନ ସେୟଦୁରାଇଙ୍କ କମ୍ପାନି ଏସକେଜି ଗ୍ରୁପର କାର୍ଯ୍ୟାଳୟ ଓ ଘର ଉପରେ ଏହି ଚଢ଼ାଉ କରି ୧୬୩ କୋଟି ନଗଦ ଟଙ୍କା ସହ ୧୦୦ କିଲୋ ସୁନା ଜବତ କରିଥିଲା।
/sambad/media/post_attachments/wp-content/uploads/2018/07/gold-3-620x400-300x194.jpg)
ସୂଚନାଯୋଗ୍ୟ, ତାମିଲନାଡୁର ବିରୁଧୁନଗର ଜିଲ୍ଲା ଅରୁପ୍ପୁକୋଟାଇ ନାଗରାଜନ ସେୟଦୁରାଇ ଓ ତାଙ୍କ ପିତା ବସବାସ କରନ୍ତି। ଏଠାରେ ନାଗରାଜନଙ୍କ ପିତା ପ୍ରତିଦିନ ଛେଳି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏହାପରେ ନାଗରାଜନ ରାଜ୍ୟର ସଡ଼କ ନିର୍ମାଣ ପାଇଁ ଠିକାଦାର ଭାବେ କାମ ପାଇଥିଲେ। ଏହି ସମୟରେ ତାଙ୍କର ସୁଗନ୍ନ୍ୟା ରାମକୃଷ୍ଣନ୍ ଓ ସୁନ୍ଦରରାଜ ରେଡ୍ଡିୟାର ନାମକ ଦୁଇଜଣ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇଥିଲା। କଲ୍ଲାକୁରିଚିଠାରେ ତିନିଜଣ ମିଶି ଏକ ମିଲ ଖୋଲିଲେ। ଏହି ମିଲ୍ରୁ ସେମାନଙ୍କୁ ବହୁ ଲାଭ ମଧ୍ୟ ମିଳିଥିଲା। ପରେପରେ ସୁନ୍ଦରରାଜ ଓ ସୁଗନ୍ୟା ନାଗରାଜନ୍ଙ୍କ ଠାରୁ ଅଲଗା ହୋଇଯାଇଥିଲେ। କିିଛିଦିନ ପରେ ନାଗରାଜ ଦୁଇଟି ସଡ଼କ ନିର୍ମାଣ ପରିଯୋଜନାର ଠିକା କାମ ହାତକୁ ନେଇଥିଲେ। ଏହି ସମୟରେ ନାଗରାଜନ ଇଞ୍ଜିନିୟରିଂ ଶେଷ କରି ନିଜ ପିତାଙ୍କ ଏହି ବ୍ୟବସାୟରେ ସାମିଲ ହୋଇଥିଲେ। ଧୀରେଧୀରେ ସେ ଅସାଧୁ ଉପାୟରେ ବ୍ୟବସାୟ ବଢ଼ାଇବା ଆରମ୍ଭ କରି ଦେଇଥିଲେ। ଆୟକର ବିଭାଗକୁ ସନ୍ଦେହ ହେବାରୁ .ଚେନ୍ନାଇର ରୋଡ଼ କଣ୍ଟ୍ରାକ୍ଟର ନାଗରାଜନ ସେୟଦୁରାଇ କମ୍ପାନି ଓ ଘର ଉପରେ ଚଢ଼ାଉ କରିଥିଲା।
‘ଅପରେସନ ପାର୍କିଙ୍ଗ ମନି’ ନାମରେ ହୋଇଥିବା ଏହି ଅଭିଯାନରେ ଆୟକର ବିଭାଗ ତାମିଲନାଡୁରେ ୨୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ କରି ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୦୦ କିଲୋରୁ ଅଧିକ ସୁନା ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/download-51.jpg)