ପୁରୁଣା ଗାଡ଼ି ବିକିବାକୁ କହି ଦେଢ଼ଲକ୍ଷ ଟଙ୍କା ଠକେଇ

ଧଉଳି: ପୁରୁଣା ଗାଡ଼ି ବିକିବା ସଂପର୍କିତ ବିଜ୍ଞାପନ ଦେଇ ଦେଢ଼ ଲକ୍ଷ ଟଙ୍କା ଠକି ନେଇଛି ଜଣେ ଠକ। ଠକେଇର ଶିକାର ହୋଇଥିବା ସୋନପୁର ଜିଲ୍ଲା ଅଞ୍ଚଳର ଜଣେ ବ୍ୟକ୍ତି ଏହି ଠକକୁ ଧରିବା ପାଇଁ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଠକ ଜଣଙ୍କ ତୃପ୍ତିରଂଜନ ଦାସ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ତେବେ ତୃପ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ମାମଲା ରୁଜୁ କରି ନଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନଲାଇନରେ ପୁରୁଣା କାର୍‌ ବିଜ୍ଞାପନ ଦେଖି ଗତ ଫେବ୍ରୁଆରି ମାସରେ ତୃଫ୍ତିଙ୍କୁ ୩ଟି ପର୍ଯ୍ୟାୟରେ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ତୃପ୍ତି ତାଙ୍କୁ ଗାଡ଼ି ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ। ପରେ ଦେଢ଼ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। ମାତ୍ର ତାହା ବାଉନ୍ସ ହୋଇଯାଇଥିଲା। ଶେଷରେ ତୃପ୍ତି ବିରୋଧରେ ସେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର