ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାରେଡିପାଞ୍ଚଣ ରାସ୍ତାରେ ଆଜି ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ ହୋଇଛି। ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଉଜ୍ଜୀବନୀ ସ୍ମଲ୍ ଫାଇନ୍ସାସ କର୍ମଚାରୀ ଦିଲ୍ଲୀପ କୁମାର ବେହେରା କୁଳନ୍ତିରା ଏବଂ ଚଣାହଟ୍ଟାର ୩ଟି ମହିଳା ମଣ୍ତଳଠାରୁ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଲୁଟ୍ର ଶିକାର ହୋଇଥିଲେ। ଦିଲ୍ଲୀପ ତାଙ୍କ ବାଇକ୍ (ଓଆର୦୨ବିଡ୍ଲୁ-୭୦୨୮)ରେ ଫେରୁଥିବା ବେଳେ ୨ଜଣ ଲୁଟେରା ଏକ ନମ୍ବର ବିହୀନ କଳା ପଲ୍ସରରେ ଆସି ତାଙ୍କ ମୁଣ୍ତକୁ ଆଘାତ ଦେଇଥିଲେ। ଦିଲ୍ଲୀପ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଦିଲ୍ଲୀପ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସୂଚନାଯୋଗ୍ୟ, ଗତ ମାସରେ ଅଭୟ ମୁଖି ବ୍ରିଜ ଆଳୋଇ ପାଖରେ ଅନ୍ୟ ଏକ ଫାଇନ୍ସାସ କମ୍ପାନୀ କର୍ମଚାରୀଙ୍କ ଠାରୁ ୮୪ ହଜାର ଟଙ୍କା ଲୁଟ୍ ହୋଇଥିଲା।
ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦେଢ଼ଲକ୍ଷ ଲୁଟ୍
/sambad/media/post_attachments/wp-content/uploads/2019/08/loot-bk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)