ଗତବର୍ଷ ଟ୍ରେନ୍‌ରୁ ଯାତ୍ରୀ ୨ଲକ୍ଷ ପାଖାପାଖି ତଉଲିଆ ସହିତ କେତେଟି ଚାଦର, କମ୍ବଳ ଓ ତକିଆ ଖୋଳ ଚୋରି କରି ନେଇଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ରେଲେଓ୍ଵ ଷ୍ଟେସନ୍‌ରେ ଅନେକ ସ୍ଥାନରେ ଲେଖାଥିବାର ଦେଖିବାକୁ ମିଳିଥାଏ କି ‘ରେଳ ଆମ ସମ୍ପତ୍ତି’। ଏହା ସତ୍ତ୍ୱେ ବି ପଶ୍ଚିମ ରେଲବାଇ ଆକଳନ ଅନୁଯାୟୀ ଦୀର୍ଘତମ ପଥ ଯାଉଥିବା ରେଳରୁ ପାଖାପାଖି ୨ଲକ୍ଷ ତାଉଲିଆ ଯାତ୍ରୀ ଚୋରି କରି ନେଇଥିବା ରିପୋର୍ଟ ମିଳିଛି। ସେହିପରି ଲୋକମାନେ କମ୍ବଳ, ତକିଆ କଭର ଓ ଚାଦରକୁ ବି ଚେରାଇ ନେଇଛନ୍ତି। ତେବେ ଆପଣ ଜାଣିଥିବେ ଟ୍ରେନ୍‌ରେ କମ୍ବଳ ଓ ତକିଆ ଆଦି ଏସି କମ୍ପାର୍ଟମେଣ୍ଟରେ ଉଚ୍ଚଶ୍ରେଣୀର ଯାତ୍ରୀଙ୍କୁ ପ୍ରଦାନ କରାଯାଇଥାଏ। ଏହି ଆକଳନ କେବଳ ପଶ୍ଚିମ ରେଳବାଇର । ତେବେ ଦେଶର ଅନ୍ୟ ୧୬ଟି ରେଳବାଇରେ ଏହାର ଆକଳନ କଲେ ଚୋରି ସଂଖ୍ୟାର ରିପୋର୍ଟ ଆଶ୍ଚର୍ଯ୍ୟଜନକ ରହିବ।

ପଶ୍ଚିମ ରେଳବାଇ ଗତ ଆର୍ଥିକ ବର୍ଷ ସମୟରେ ଚୋରି ସାମଗ୍ରୀର ଏକ ତଲିକା ଜାରି କରିଛନ୍ତି। ଏଥିରେ ଯାତ୍ରୀଗଣ ୧,୯୫,୭୭୮ ତାଉଲିଆ ଚୋରାଇ ନେଇଥିବା ଜଣାପଡ଼ିଥିଲା। ସେହିପରି ୮୧, ୭୩୬ଟି ଚାଦର ନିଜ ସହିତ ଯାତ୍ରୀ ଟ୍ରେନ୍‌ରୁ ନେଇ ଚାଲି ଯାଇଛନ୍ତି। ଚୋରି କରିଥିବା ସାମଗ୍ରୀ ମଧ୍ୟରେ ୫୫, ୫୭୩ଟି ତକିଆ କଭର ବି ସାମିଲ ରହିଛି। କେବଳ ଏତିକି ନୁହେଁ ରେଳବାଇର ୫,୦୩୮ଟି ତକିଆ ବି ଟ୍ରେନ୍‌ରୁ ଉଭେଇ ଯାଇଛି। ଯାତ୍ରୀ ଚୋରି କରିଥିବା କମ୍ବଳ ସଂଖ୍ୟା ୭,୦୪୩ ରହିଛି। ଆଶ୍ଚର୍ଯ୍ୟର କଥା ଟଏଲେଟରେ ରଖଯାଇଥିବା ୨୦୦ଟି ମଗ, ୧,୦୦୦ଟି ଟ୍ୟାପ୍‌ ଓ ୩୦୦ଫ୍ଲାସ୍‌ ପାଇପ୍‌ ବି ଯାତ୍ରୀ ତାଙ୍କ ସାଥୀରେ ନେଇ ଚାଲି ଯାଇଛନ୍ତି। ଚୋରି ହୋଇଥିବା ସାମଗ୍ରୀ ମୂଲ୍ୟ ପାଖାପାଖି ୨,୯୭କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।।

ସମ୍ବନ୍ଧିତ ଖବର