୧ କ୍ୟୁଣ୍ଟାଲ ବିଦ୍ୟୁତ୍‌ ତାର ଜବତ, ବୃଦ୍ଧ ଗିରଫ

ବାଲିଅନ୍ତା: ବାଳକାଟି ଫାଣ୍ଡି ପୁଲିସ ଆଜି ଆଲୁମିନିୟମ ବିଦ୍ୟୁତ୍‌ ତାର ଚୋରି ମାମଲାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ, ବାଳକାଟି ଫାଣ୍ଡି ଅଧୀନ ୩୦ଘର ସାହିର ବାସୁଦେବ ସାହୁ (୬୬)। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ପୁଲିସ ୧ କ୍ୟୁଣ୍ଟାଲ ୭ କିଲୋ ବିଦ୍ୟୁତ୍‌ ତାର ସହିତ ଚୋରିରେ ବ୍ୟବହୃତ ଟାଟା ଏସ୍‌ ଗାଡ଼ି ଜବତ କରିଛି। ଜବତ ତାରର ଆନୁମାନିକ ମୂଲ୍ୟ ୧୦ହଜାର ଟଙ୍କାରୁ ଅଧିକ ହେବ। ଗତକାଲି ପୂର୍ବାହ୍ନ ୧୧ଟାରେ ୩୦ଘର ସାହିରେ ତାର ତରଳା ଯାଉଥିବା ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ପହଞ୍ଚି ତରଳ, ଅର୍ଦ୍ଧତରଳ ଓ କଟା ତାର ଜବତ କରିଥିଲେ।

ସମ୍ବନ୍ଧିତ ଖବର