୧୦ କୋଟିର ସୁନା ଚୋରି

ପାଟନା‌: ବିହାରର ମୁଜାଫରପୁରରେ ଆଜି ମୁଥୁଟ୍‌ ଫାଇନାନ୍ସ କମ୍ପାନିରୁ ୧୦ କୋଟି ଟଙ୍କାର ସୁନା ଚୋରି ହୋଇଛି। ମୁଜାଫରପୁର୍‌ର ସ୍ଥାନୀୟ ଭଗବାନପୁର କାର୍ଯ୍ୟାଳୟରୁ ଏହି ସୁନା ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି କାର୍ଯ୍ୟାଳୟରେ ଲୁଟ୍‌ପାଟ୍‌ କରିଛନ୍ତି। ପ୍ରଥମେ କମ୍ପାନିର ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ କରିବାପରେ ସେମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଏସ୍‌ପି ମ‌ନୋଜ କୁମାର କହିଛନ୍ତି ‌ଯେ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର