ପାଳଲହଡ଼ା: ମାଟ୍ରିକ୍ ପରୀକ୍ଷା ଦେଇଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭଯୋଗରେ ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ପାଳଲହଡ଼ା ଥାନା ଅଞ୍ଚଳ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ଟମ୍ପର ଗାଆଁର ସୁନରମ୍ ତାମସାଏ(୨୪) ଛାତ୍ରୀଙ୍କୁ ୩ ବର୍ଷ ତଳେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ।
ଚଳିତ ମାଟ୍ରିକ୍ ପରୀକ୍ଷା ପରେ ଛାତ୍ରୀଙ୍କୁ ନିଜ ଘରକୁ ନେଇଥିଲେ। ଛାତ୍ରୀଙ୍କ ଅଜାଣତରେ ସୁନାରମ ଆଉ ଜଣେ ଝିଅକୁ ବିବାହ କରି ଘରକୁ ଆଣିଥିଲା। ଛାତ୍ରୀ ଜଣଙ୍କ ପ୍ରତିବାଦ କରିବାରୁ ସୁନାରମ୍ ଆଉ ତା’ ପରିବାର ଲୋକ ତାକୁ ମାଡ଼ ମାରି ଘରୁ ବାହାର କରିଦେବା ସହିତ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଆହୁରି ପଢ଼ନ୍ତୁ: Rape: ବିଜ୍ଞାନ ମେଳା ବୁଲେଇ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଶିକ୍ଷକ
ଛାତ୍ରୀଙ୍କ ଅଭିଯୋଗ ପରେ ପାଳଲହଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ମାମଲା ରୁଜୁ କରି ଅଭିୁଯୁକ୍ତ ସୁନାରାମକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/HjFMxoh0L7zlgRKO9kcY.jpg)