ସୁଡ଼ଙ୍ଗ କରି ଲୁଟିନେଲେ ୧୦ ଲକ୍ଷର ଗହଣା

ଜଟଣୀ: ଶନିବାର ରାତିରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରାଜାବଜାର ଗଣେଶ ମଣ୍ଡପ ସାମନା ଗୋଲ୍‌ଡ୍‌ ପ୍ଲାଜା ସୁନା ଦୋକାନରୁ ଚୋରି ହୋଇଯାଇଛି। ଦୋକାନ ପଛପଟେ ଥିବା ନାଳରୁ ଦୋକାନ ଭିତରକୁ ଏକ ସୁୁଡ଼ଙ୍ଗ (ସିନ୍ଧି) ଖୋଳି ଦୁର୍ବୃତ୍ତମାନେ ୧୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆଜି ସକାଳେ ମାଲିକ ମହେଶ କୁମାର ସାନ୍ତୁକାଙ୍କ ଅଭିଯୋଗକ୍ରମେ ଜଟଣୀ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଡିସିପି ଅନୁପ ସାହୁ, ଜୋନ୍‌ ୩ ଏସିପି ପ୍ରାଣକୃଷ୍ଣ ରାଉତ ଏବଂ ଜଟଣୀ ଆଇଆଇସି ସଞ୍ଜୀବ ମହାନ୍ତି ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରିଛନ୍ତି। ଏଥିସହ ସାଇଣ୍ଟିଫିକ୍‌ ଦଳ ଏବଂ କୁକୁର ମାନଙ୍କୁ ନେଇ ମଧ୍ୟ ଅନୁସନ୍ଧାନ କରାଯାଇଥିଲେ ମଧ୍ୟ ଖବର ଲେଖା ହେଲା ପଯ୍ୟର୍ନ୍ତ ଲୁଟେରାଙ୍କ ସୁରାକ ପୁଲିସ୍‌ ହାତରେ ଲାଗି ପାରିନାହିଁ।

ସମ୍ବନ୍ଧିତ ଖବର