ଠିକାଦାରଙ୍କ ଘରୁ ଡକାୟତି, ୧୦ ଲକ୍ଷ ଟଙ୍କାର ଗହଣା ନେଇଗଲେ

ଚନ୍ଦ୍ରଶେଖରପୁର: ଇନଫୋସିଟି ଥାନା ଅଧୀନ ମାରୁତି ଭିଲ୍ଲାରେ ରହୁଥିବା ଠିକାଦାର କାଶୀନାଥ ଯାଦବଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଛି। ବୁଧବାର ରାତି ପ୍ରାୟ ୩ଟାରେ ୧୦ରୁ ଅଧିକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପରିବାର ସମସ୍ତ ଲୋକଙ୍କ ହାତଗୋଡ଼ ବାନ୍ଧି ନଗଦ ୫ହଜାର ଟଙ୍କା, ୧୦ଲକ୍ଷ ଟଙ୍କାର ସୁନା ଗହଣା ଓ ଦାମୀ ଜିନିଷପତ୍ର ଲୁଟିନେଇଛନ୍ତି। ଆଜି ସକାଳେ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ନେଇ ତଦନ୍ତ କରିଛି। ଡକାୟତମାନେ ମୁହଁରେ ଗାମୁଛା ବାନ୍ଧି ରୋଷେଇ ଘର ଝରକା ଗ୍ରିଲ୍ କାଟି ପ୍ରଥମେ କାଶୀନାଥ, ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ଗୋଡ଼ ହାତକୁ ବାନ୍ଧି ପକାଇଥିଲେ। ପରେ ପିଲାଙ୍କ ମୁଣ୍ଡରେ ଭୁଜାଲି ଲଗାଇ ଲକର୍‌ରୁ ସୁନା ଗହଣା ଓ ଟଙ୍କା ନେଇଯାଇଥିଲେ। କାଶୀନାଥ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଘଟଣାସ୍ଥଳରେ ଲୁଟେରାମାନେ ଛାଡ଼ିଯାଇଥିବା କିଛି ପ୍ରମାଣକୁ ଆଧାକରି ପୁଲିସ୍ ତଦନ୍ତ ଆଗକୁ ବଢ଼ାଉଛି। ଏନେଇ ଥାନାରେ କେସ୍‌ ନମ୍ବର ୧୯୨/୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର