ଜାମିନ ପାଇଁ ୧୦ହଜାର ଲାଞ୍ଚ

ଭିଜିଲାନ୍‌ସ ଜାଲରେ ଏନ୍‌ଟିପିସି ଥାନା ଅଧିକାରୀ

କଣିହାଁ: ଜାମିନ୍‌ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଏନ୍‌ଟିପିସି ଥାନା ଅଧିକାରୀ ମହୋସ୍ମିତା ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ଥାନା ତେଲିସିଂହା ଗ୍ରାମର ଦୁଇ ଅଭିଯୁକ୍ତଙ୍କୁ ଥାନାରୁ ଜାମିନରେ ଛାଡ଼ିବା ପାଇଁ ତାଙ୍କ ସମ୍ପର୍କୀୟଙ୍କଠାରୁ ସେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। କଟକ ଓ ଅନୁଗୁଳ ଭିଜିଲାନ୍‌ସ ଟିମ୍‌ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର