ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି: ୨୦୧୭ ମସିହାରେ ମୋହନା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ଆଜି ପାରଳାଖେମୁଣ୍ଡି ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର ସାହୁ ଅଭିଯୁକ୍ତ ଦିଲ୍ଲୀପ ଖୁଣ୍ଟିଆକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଦିଲ୍ଲୀପର ଘର ଗଞ୍ଜାମ ଜିଲ୍ଲାର ଫୁଲଟା ଅଞ୍ଚଳରେ। ୨୦୧୭ ଅଗଷ୍ଟ ୧୮ରେ ‌ସେ ପୀଡ଼ିତାକୁ ଶଗଡିଆ ନିକଟରୁ ଅପହରଣ କରିନେଇ ବ୍ରହ୍ମପୁରରେ ଦୁଷ୍କର୍ମ ପରେ ବସଷ୍ଟାଣ୍ଡରେ ଛାଡ଼ି ପଳାଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଗଷ୍ଟ ୨୩ରେ ମୋହନା ଥାନାରେ ଏତଲା ଦିଆଯାଇଥିଲା। ତା’ପରେ ମକଦ୍ଦମା ରୁଜୁ କରାଯାଇଥିଲା ବୋଲି ପିପି ଏସଭିଏନ ରାଜୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର