ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଇଲାକାରେ ୨୦୧୫ ମସିହାରେ ଏକ ଦୁଷ୍କର୍ମ ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଦୌରାଜଜ୍‌ ଅରବିନ୍ଦ ପଟ୍ଟନାୟକ ଆଜି ଦୋଷୀ ଭଗବତ ବେହର୍ଦଲାଇକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ ଚୂଡ଼ାନ୍ତ ରାୟରେ ନିର୍ଦ୍ଦେଶ ଦିଆଯାଇଛି। ୨୦୧୫ ଏପ୍ରିଲ ୯ ତାରିଖରେ ୨୨ବର୍ଷର ଜଣେ ଯୁବତୀଙ୍କୁ ଘରେ ଏକୁଟିଆ ଥିବାର ସୁଯୋଗ ଦେଖି ଭଗବତ ଛୁରୀ ଦେଖାଇ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିଲା। ଭୟରେ ଯୁବତୀଜଣକ ଘଟଣା ସମ୍ପର୍କରେ  କାହାକୁ କିଛି କହି ନଥିଲେ। ଏହାର ସୁଯୋଗ ନେଇ ଭଗବତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ସାହସ ଜୁଟାଇ ଯୁବତୀ ଜଣକ ବାଲିଗୁଡା ଥାନାରେ ଏତଲା ଦେବା ପରେ କେସ ନମ୍ବର ୬୪/୨୦୧୫ ଅନୁସା‌ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଦୌରା ଜଜ୍ ଆଜି ଭଗବତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ମକଦ୍ଦମା ପରିଚାଳନା କରିଥିଲେ l

ସମ୍ବନ୍ଧିତ ଖବର