ମ୍ୟୁନିସ୍‌ପାଲିଟି ସ୍କୁଲ୍‌ରେ ୧୦ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କଲା ଝାଡୁଦାର

ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଗତ ଶାହାଦରା ଜିଲ୍ଲାରେ ମ୍ୟୁନିସ୍‌ପାଲିଟି ପରିଚାଳିତ ଏକ ସ୍କୁଲ୍‌ରେ ଜଣେ ୧୦ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶନିବାର ଦିନ ଜଣେ ଝାଡୁଦାରକୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ଫେବ୍ରୁଆରି ୫ ତାରିଖ ଦିନ ସ୍କୁଲ୍‌ରୁ ବାହାରୁ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଜାଗାଏ ବସିବାକୁ କହିଥିଲା। ତା’ପରେ ସେ ତାଙ୍କୁ ଉଠାଇ ଅନ୍ୟତ୍ର ବସାଇଲା ଏବଂ ତ’ପରେ ଜବରଦସ୍ତି ଏକ କାନ୍ଥ ପାଖକୁ ନେଇ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା।

ଘଟନା ଯଦି କାହାକୁ କହେ ପରିଣାମ ଭୟାବହ ହେବ ବୋଲି ସେ ବାଳିକାକୁ ଧମକ ଦେଇଥିଲା।

କିନ୍ତୁ ପରେ ପୀଡ଼ିତା ଘଟନା ତାଙ୍କର ଆତ୍ମୀୟମାନଙ୍କୁ କହିବା ପରେ ସେମାନେ ଶନିବାର ଦିନ ଥାନାକୁ ଆସି ଏତଲା ଦେଇଥିଲେ।

ପୋକ୍‌ସୋ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ର ଅନ୍ୟାନ୍ୟ ଧାରା ଅନୁସାରେ ମାମଲା ରୁଜୁ କରାଯାଇ କଥା ପୁଲିସ ଡେପ୍ୟୁଟି କମିସନ୍‌ର୍‌ ମେଘନା ଯାଦବ କହିଛନ୍ତି।

ମ୍ୟୁନିସ୍‌ପାଲିଟି ପରିଚାଳିତ ସ୍କୁଲ୍‌ରେ ତିନି ଚାରି ମାସ ହେବ ୩୮ ବର୍ଷିୟ ଅଭିଯୁକ୍ତ ଝାଡୁଦାର କାମ କରୁଛି। ପୀଡ଼ିତାଙ୍କ ପିତାମାତା ବିହାରରେ ରହନ୍ତି ଏବଂ ସେ ତାଙ୍କର ଆତ୍ମୀୟଙ୍କ ସହ ଶାହଦରାରେ ରହନ୍ତି।

ସମ୍ବନ୍ଧିତ ଖବର