ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା, ୧୦୨ବର୍ଷ ବୃଦ୍ଧଙ୍କୁ ୧୫ବର୍ଷ ଜେଲ

ନୂଆଦିଲ୍ଲୀ: ତାମିଲନାଡୁର ତିରୁବଲ୍ଲୁରରେ ନାବାଳିକାଙ୍କୁ ‌‌ଯୌନ ନିର୍ଯାତନା ଦେଇଥିବା ଅପରାଧ‌ରେ ଜଣେ ବୃଦ୍ଧଙ୍କୁ କୋର୍ଟ ୧୫ବର୍ଷ ଜେଲଦଣ୍ଡାଦେଶର ଶୁଣାଣି କରିଛନ୍ତି। ଏହି ଘଟଣା ପାଖାପାଖି ୪ବର୍ଷ ପୁରୁଣା ବୋଲି କୁହାଯାଉଛି। କୋର୍ଟ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଘଟଣାକୁ ନେଇ ୧୦୨ବର୍ଷ ବୟସର ଦୋଷୀକୁ ୧୫ବର୍ଷ ଜେଲଦଣ୍ଡର ଶୁଣାଣି କରିଛନ୍ତି।

କୋର୍ଟ ନିଜ ଆଦେଶରେ କହିଛନ୍ତି କି ଦୋଷୀକୁ ୧୦ବର୍ଷ କୋଠର ଦଣ୍ଡ ସହିତ ୫ବର୍ଷର ସାଧାରଣ ଦଣ୍ଡର ଶୁଣାଣି କରାଯାଇଛି। ଦୋଷୀ ୨୦୧୮ରେ ନାବାଳିକାକୁ ଯୌନ ଶୋଷଣ କରିବା ଘଟଣାରେ ସାମିଲ ଥିଲା। ତିରୁବଲ୍ଲୁରର ମହିଳା କୋର୍ଟ ଦୋଷୀକୁ ପୀଡିତାଙ୍କୁ ୪୫ହଜାର ଟଙ୍କା ଦେବା ସହିତ ୫୦୦୦ର ଜରିମାନ ଦେବାକୁ ଆଦେଶ ଦେଇଛନ୍ତି।

ତେବେ ଏହା ପୂର୍ବରୁ ଦିଲ୍ଲୀରେ ୬୦ବର୍ଷର ଅବସରପ୍ରାପ୍ତ ଆଇବି ଅଧିକାରୀଙ୍କ ବିରୋଧରେ ୧୭ବର୍ଷର ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଘଟଣା ମାର୍ଚ୍ଚ୮ରେ ଘଟିଥିବା କୁହାଯାଉଛି। ପୀଡତାଙ୍କ କହିବାନୁସାରେ, ଅଭିଯୁକ୍ତ ତାଙ୍କୁ ଚାକିରି ଲୋଭ ଦେଖାଇ କରୋଲ ବାଗସ୍ଥିତ ଏକ ହୋଟେଲରେ ଭେଟିବାକୁ ଡାକିଥିଲେ। ଅଭିଯୁକ୍ତ ହୋଟେଲରେ ହିଁ ନାବାଳିକାଙ୍କ ସହିତ ଦୁଷ୍କର୍ମ କରି ତାଙ୍କୁ ଘରକୁ ପଠାଇ ଦେଇଥିଲେ। ଏହି ଘଟଣା ବିଷୟରେ ପୀଡିତା ନିଜର ପିତା-ମାତାଙ୍କୁ ଜଣାଥିଲେ। ଏହାପରେ ପୀଡ଼ିତାଙ୍କ ବାପା-ମା’ ଥାନାରେ ମାମଲା ରୁଜୁ କରିଥିଲେ।

ସେହିପରି ଫେବ୍ରୁଆରି ୧୫ତାରିଖରେ ଜଣେ ୮୭ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣାରେ ପୁଲିସ ଜଣେ ୩୦ବର୍ଷର ଜରେ ଯୁବକକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର