ଖଣ୍ଡଗିରି : ଶନିବାର ଅବକାରୀ ବିଭାଗର କଟକ ଫ୍ଲାଇଂ ସ୍କ୍ଵାଡ୍ ଓ ଭୁବନେଶ୍ୱର ମୋବାଇଲ୍ ସ୍କ୍ଵାଡ୍ ମିଳିତ ଭାବେ ରାଜଧାନୀ ଉପକଣ୍ଠରେ ଚଢ଼ାଉ କରି ୧୧ ଜଣ ଖୁଚୁରା ମଦ ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ ବେପାରୀଙ୍କ ଭିତରେ ୫ ଜଣ ମହିଳା ଅଛନ୍ତି। ସେମାନଙ୍କଠାରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।
ସୂଚନାନୁସାରେ ଏହି ସ୍କ୍ଵାଡ୍ ଚନ୍ଦକା କଣ୍ଟାବାଡ଼ ଅଞ୍ଚଳରେ ଚଢ଼ାଉ କରି ଲୋଧାଚୁଆ ଅଞ୍ଚଳରୁ ନନ୍ଦୁ ଛତାର୍, ଶିବ ଚିକି, ଦାସପୁରରୁ ଅଜୟ ନାୟକ, ଗୋଡ଼ିବାରୀରୁ ଚମ୍ପା ଗାଗରାଇ, ପିତାଗାଡ଼ିଆରୁ ରାଇମୋହନ ଗାଗରାଇ ଓ କଣ୍ଟାବାଡ଼ ଭଗବତୀପୁରରୁ ପ୍ରତିମା ବେହେରାକୁ ଗିରଫ କରିଥିଲା। ସେହିଭଳି ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ବରମୁଣ୍ଡା ବସ୍ଷ୍ଟାଣ୍ଡର ବନୁ ହୋଟେଲରୁ ବନମାଳୀ ନାୟକ, ପାତ୍ରପଡ଼ା ଫୁଲେଶ୍ୱରୀବସ୍ତିରୁ ଜନ୍ ନାୟକ, ପାର୍ବତୀ ହେମ୍ବ୍ରମ୍, ପୁନି ସଏ, ସରସ୍ୱତୀ ବିନ୍ଧାଣିକୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୧୮୦ ଲିଟର ଦେଶୀ ମଦ ଓ ୨୫ ବୋତଲ ବିଦେଶୀ ମଦ ଜବତ କରାଯାଇଥିଲା। ସ୍କ୍ଵାଡ୍ରେ ଡେପୁଟି ସୁପରିଟେଣ୍ଡଣ୍ଟ ବିକେ ସିଂସାମନ୍ତ, ଇନ୍ସ୍ପେକ୍ଟର ଶରତଚନ୍ଦ୍ର ଭଂଜ, ଦେବୀପ୍ରସାଦ ଦାଶ ଓ ସବ୍ଇନ୍ସ୍ପେକ୍ଟର ସୁଜିତ୍ ମୁଦୁଲିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ୍ ହୋଇଥିଲେ।