୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ପଳାସୁଣୀ ଆଖଣ୍ଡଳମଣୀ ମନ୍ଦିର ପଛରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣକୁ ଗିରଫ କରିଛି। ତା’ ଠାରୁ ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଉଛି ରେଳବାଇ କଲୋନି ପାତ୍ରସାହିର ମୃତ୍ୟୁଞ୍ଜୟ ବସନ୍ତିଆ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥାନା ଇନ୍‌ସ୍‌ପେକ୍ଟର ଜତୀନ୍ଦ୍ର ସେଠୀ ସଦଳବଳ ଚଢ଼ଉ କରି ତାକୁ ଗିରଫ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ତାକୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଅଞ୍ଚଳରେ ସେ ନିଶା ବେପାର କରୁଥିବା ଅଭିଯୋଗ ରହିଥିଲା। ପୂର୍ବରୁ ଚଢ଼ଉ ସମୟରେ ସେ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଗତକାଲି ପୁଲିସ ଚାରିପଟୁ ଘେରିଯିବାରୁ ଖସି ପାରିନଥିଲା।

ସମ୍ବନ୍ଧିତ ଖବର