ଭୁବନେଶ୍ୱର: ମଞ୍ଚେଶ୍ବର ଥାନା ପୁଲିସ୍ ଜଣେ ମୋବାଇଲ ଚୋରକୁ ଗିରଫ କରି ତା’ଠାରୁ ୧୧ ମୋବାଇଲ ଜବତ କରିଛି। ସେ ହେଉଛି, ରଙ୍ଗାମାଟିଆର ଅଭିଷେକ ଚେମି। ଗତ ରବିବାର ଜଗନ୍ନାଥ କଲୋନିରେ ରହୁଥିବା ଭଦ୍ରକ ତିହିଡ଼ି ଡିହସାହିର ଗୌରାଙ୍ଗ ମଲ୍ଲିକଙ୍କ ଘରୁ କେହି ଦୁର୍ବୃତ୍ତ ଦୁଇଟି ମୋବାଇଲ ନେଇ ଯାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଅଜଣା ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଏହି ଚୋରି ମୋବାଇଲରେ ଗତକାଲି ଭୁବନେଶ୍ବର ପଟିଆର ଏକ ଜାଗାରେ ନୂଆ ସିମ୍କାର୍ଡ ପଡ଼ିଥିବା ପୁଲିସ ଟ୍ରାକିଂରୁ ଜାଣିଥିଲା। ସେହି ଲୋକେସନରେ ଚଢ଼ଉ କରି ପୁଲିସ ଅଭିଷେକକୁ ଗିରଫ କରିଥିଲା। ଖୋଳତାଡ଼ ବେଳେ ସେ ଏହି ସବୁ ମୋବାଇଲକୁ ବିଭିନ୍ନ ଜାଗାରୁ ଛିନତାଇ ଓ ଚୋରି କରିଥିବା ସ୍ବୀକାର କରିଥିଲା।
୧୧ ମୋବାଇଲ ଜବତ, ଯୁବକ ଗିରଫ
/sambad/media/post_attachments/wp-content/uploads/2019/08/arrest-aajtak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)