ପାଲନପୁର: ଗୁଜରାଟର ବନସ୍କାନ୍ତ ଜିଲ୍ଲାରେ ଜଣେ ୧୧ ବର୍ଷୀୟ ବାଳିକା ସହ ଜଣେ ୯ମ ଶ୍ରେଣୀର ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ଗୁରୁବାର ଦିନ ପୁଲିସ କହିଛି।
ଅଭିଯୁକ୍ତ ନିଜେ ନାବାଳକ ହୋଇଥିବାରୁ ତାଙ୍କୁ ଅଟକ ରଖାଯାଇଛି।
ବୁଧବାର ସନ୍ଧ୍ୟାବେଳେ ଦନ୍ତ ତହସିଲ୍ ଅନ୍ତର୍ଗତ ଏକ ଗ୍ରାମରେ ଘଟନାଟି ଘଟିଥିବା କଥା ପୁଲିସ ଇନ୍ସ୍ପେକ୍ଟର୍ ବି କେ ଗୋସ୍ୱାମୀ କହିଛନ୍ତି।
ସେ କହିଛନ୍ତି: ବାଳକ ଓ ବାଳିକା ଦୁହେଁ ପଡ଼ିଶା। ଗତ ସନ୍ଧ୍ୟାରେ ଶୁଖିଲା ଶାଗୁଆନ୍ ପତ୍ର ଗୋଟାଇବା ବାହାନାରେ ବାଳକଟି ସେ ବାଳିକାକୁ ଏକ ଗବ ବିଲକୁ ନେଇ ଯାଇ ସେଠାରେ ତା’ ସହ ଦୁଷ୍କର୍ମ କରିଥିଲା।
ଝିଅର ପିତାମାତା ଘଟନା ସଂକ୍ରାନ୍ତରେ ରିପୋର୍ଟ କରିବା ପରେ, ପୁଲିସ ଆଇପିସି ୩୭୬ ଏବଂ ପୋକ୍ସୋ ଆଇନ ବଳରେ ଏଫ୍ଆଇଆର୍ ରେଜିଷ୍ଟ୍ରି କରିଥିଲା।
ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୁଲିସ ତାକୁ ଗିରଫ ନ କରି ପଚରା ଉଚୁରା ପାଇଁ ହାଜତକୁ ନେଇଛି।