ଉତ୍ତରପ୍ରଦେଶରେ ଥମୁ ନାହିଁ ଦୁଷ୍କର୍ମ : ଶୋଇଥିବା ସମୟରେ ଅପହରଣ କରି ଦୁଷ୍କର୍ମ ଏବଂ ପରେ ମୁଣ୍ଡକୁ ଛେଚି ନାବାଳିକାକୁ ହତ୍ୟା କଲେ ଅଭିଯୁକ୍ତ

ଉନ୍ନାଓ : ଏଇ କିଛି ମାସ ମଧ୍ୟରେ ଉତ୍ତରପ୍ରଦେଶରେ ମହିଳା ଏବଂ ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଏଭଳି ଘଟଣା କଡ଼ା ଆଇନ ବ୍ୟବସ୍ଥା ଥିବା  ଦାବି କରୁଥିବା ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛି । ଯୋଗୀ ସରକାରଙ୍କୁ ଏ ନେଇ ଲୋକେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ଅନେକ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏବେ ୧୧ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଇଛି । ଶୋଇଥିବା ସମୟରେ ପୀଡ଼ିତାଙ୍କୁ ଟେକି ନେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ । ତେବେ ଏହି ଘଟଣା ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

thehindu.com

ପୀଡ଼ିତାଙ୍କ ବାପାଙ୍କ କହିବା ଅନୁଯାୟୀ, ପୀଡ଼ିତା ତାଙ୍କ ସହ ଘର ବାହାରେ ଶୋଇଥିବା ବେଳେ ନିଦ ଭାଙ୍ଗିବା ବେଳକୁ ପୀଡ଼ିତା ନଥିବା ଦେଖିଥିଲେ । ପ୍ରଥମେ ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ଭାବି ସେ ଅପେକ୍ଷା କରିଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବାରୁ ପରିବାର ଲୋକଙ୍କ ସହ ଖୋଜିବାକୁ ବାହାରିଥିଲେ ପୀଡ଼ିତାଙ୍କ ବାପା । କିଛି ସମୟ ପରେ ଏକ ଧାନ ବିଲରେ ପୀଡ଼ିତାଙ୍କ ମର ଶରୀର ପରିବାର ଲୋକଙ୍କୁ ମିଳିଥିଲା । ପୀଡ଼ିତାଙ୍କ ଶରୀରରେ କୌଣସି କପଡ଼ା ନ ଥିବା ସହ ତାଙ୍କ ମୁଣ୍ଡକୁ ଏବଂ ଗୁପ୍ତାଙ୍ଗକୁ ପଥରରେ ଛେଚି ଦିଆ ଯାଇଥିଲା । ଏଭଳି ଅବସ୍ଥା ଦେଖି ପରିବାର ଲୋକଙ୍କ ଛାତି ଥରି ଉଠିଥିଲା । ତେବେ ଏଭଳି ଅମାନବୀୟ କାଣ୍ଡ କିଏ କରିଛି, ତାହା ଜାଣି ପାରି ନାହାଁନ୍ତି ପରିବାର ଲୋକେ ।

ସମ୍ବନ୍ଧିତ ଖବର