ନୂଆଦିଲ୍ଲୀ: ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଛୋଟ ପିଲା ୟୁଟୁବରୁ ହ୍ୟାକିଂ ଶିଖି ନିଜର ବାପାଙ୍କୁ ଫସାଇ ଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହରେ ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି ଜାନୁଆରି ୧ରେ ହ୍ୟାକିଂର ଶିକାର ହୋଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଥିଲେ। ହ୍ୟାକର ତାଙ୍କ ପରିବାର ଉପରେ ନଜର ରଖୁଥିବା ନେଇ ବ୍ୟକ୍ତିଜଣଙ୍କ ଅଭିଯୋଗ କରିଥିଲେ। ଏହା ସହ ହ୍ୟାକର ତାଙ୍କର ଇମେଲ୍ ଆଇଡି ଓ ପାସଓ୍ବାର୍ଡ ହ୍ୟାକ୍ କରି ତାଙ୍କ ପାସୱାର୍ଡ ବଦଳାଇ ଦେଇଥିବା ବି ସେ ପୁଲିସରେ ଅଭିଯୋଗ କରିଥିଲେ।
କେବଳ ଏତିକି ନୁହେଁ, ହ୍ୟାକର ଧମକପୂର୍ଣ୍ଣ ଇମେଲ୍ ପଠାଉଥିବା ବି ପୀଡିତ କହିଥିଲେ। ଏଥିସହ ୧୦ କୋଟି ଟଙ୍କା ନ ଦେଲେ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ବି ଇମେଲ୍ ମାଧ୍ୟମରେ ଧମକ ଆସୁଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ।। ଏହା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
/sambad/media/post_attachments/e44df857b122d6a8bef2fa9c366a7ff048d6b2c656e5076369f176139de3ef92.jpg)
ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ଯାଞ୍ଚ କରି ଜାଣିବାକୁ ପାଇଥିଲା କି, ଯେଉଁ ଆଇପି ଆଡ୍ରେସରେ ଇମେଲ ପଠା ଯାଇଥିଲା, ତାହା ପୀଡିତଙ୍କ ଘରୁ ହିଁ ପଠାଯାଇଥିଲା। ଏହାପରେ ପୁଲିସ ପୀଡିତଙ୍କ ପୁଅକୁ ଏ ସମ୍ପର୍କରେ ପଚରାଉଚରା କରିଥିଲା। ଏଥିରେ ଅଭିଯୋଗକାରୀଙ୍କ ୧୧ ବର୍ଷୀୟ ପୁଅ ଏପରି କରିଥିବା ସ୍ବୀକାର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Shot-of-a-person-looking-at-a-hacking-message-on-her-monitor.jpg)