ମୁମ୍ବାଇ: ୧୨ ଜଣ କୁକୁରଙ୍କୁ ବାଡ଼େଇ ମାରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ୪ ଜଣ ଅଜଣା ଲୋକଙ୍କୁ ଗିରଫ କରିଛି। ଏହି ମାମଲା ନେଇ ପଶୁ ଅଧିକାର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗୋରେଗାଓଁ ପୁଲିସ୍ ଷ୍ଟେସନ୍ରେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ୍ ପ୍ରାଥମିକ ତଦନ୍ତ କରି ୪ ଜଣଙ୍କୁ ଧରିବାରେ ସମର୍ଥ ହୋଇଛି।
ଏ ସଂପର୍କରେ ଗୁରୁଗାଓଁ ପୁଲିସ୍ ସୂଚନା ଦେଇ କହିଛି ଯେ ‘ସିସିଟିଭି ଫୁଟେଜ୍ ଜରିଆରେ ଆମେ ସଂଦିଗ୍ଧଙ୍କୁ ଧରିବାର ଚେଷ୍ଟା କରୁଛୁ। ସେମାନଙ୍କୁ ସ୍ଥାନୀୟ ଲୋକେ ଚିହ୍ନନ୍ତି ନାହିଁ। ସଂଦିଗ୍ଧ ଅନ୍ୟ କୌଣସି ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଏ ନେଇ ତଦନ୍ତ ଜାରି ରହିଛି।’
ଏହି କୁକୁରମାନଙ୍କୁ ମାରିଥିବା ଲୋକକୁ ପୁଲିସ୍ ହାତରେ ଧରାଇ ଦେବା ଲୋକକୁ ୨୫ ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ୧୨ ଜଣ ମୃତ କୁକୁରଙ୍କୁ ଛାଡ଼ି ଦେଲେ ଆଉ ଦୁଇ କୁକୁର ଗୁରତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି।