୧୨ବର୍ଷୀୟା ନାବାଳିକାକୁ ନିଶା ଦେଇ ଗଣଦୁଷ୍କର୍ମ କରିବା ପରେ ଦିଲ୍ଲୀ ଯାଉଥିବା ଟ୍ରେନରେ ଫିଙ୍ଗି ଦେଲେ ଦୁଷ୍କର୍ମକାରୀ

ମଥୁରା : ମଥୁରାରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ୩ଜଣ ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିଶା ଦେଇ ବୃନ୍ଦାବନରେ ଥିବା ଏକ ହୋଟେଲକୁ ନେଇଯିବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ଧରା ପଡ଼ିଯିବା ଭୟରେ ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ ମଧ୍ୟରେ ଫିଙ୍ଗି ଦେଇଥିଲେ । ପୀଡ଼ିତାଙ୍କୁ ଅସଞ୍ଜତ ଅବସ୍ଥାରେ ଲୋକମାନେ ଦେଖି ପୁଲିସକୁ ଖବର ଦେବା ପରେ ପୀଡ଼ିତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଥିଲା ପୁଲିସ । ଏ ପର୍ଯ୍ୟନ୍ତ ଦୁଇଜଣ ଦୁଷ୍କର୍ମକାରୀଙ୍କୁ ପୁଲିସ ଚିହ୍ନଟ କରି ସାରିଥିବା ବେଳେ ଆଉ ଜଣଙ୍କ ବିଷୟରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ । ତେବେ ଦୁଇ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ନାହିଁ ।

ndtv.com

ସୂଚନା ମୁତାବକ,ଶୁକ୍ରବାର ନାବାଳିକା ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ବାହାନାରେ ନିଜ ପାଖକୁ ଡ଼ାକିଥିଲେ । ପୀଡ଼ିତା ଜଣଙ୍କ ତାଙ୍କ ପାଖକୁ ଯିବା ପରେ ସେମାନେ ପୀଡ଼ିତାଙ୍କୁ ନିଶା ଦେଇ ଏକ ହୋଟେଲକୁ ନେଇ ଯିବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ । ପରେ ଧରାପଡ଼ିଯିବା ଡ଼ରରେ ସେମାନେ ପୀଡ଼ିତାଙ୍କୁ ଟ୍ରେନରେ ଫିଙ୍ଗି ଦେଇଥିଲେ । ଅନ୍ୟ ପକ୍ଷରେ ପୀଡ଼ିତା ନିଖୋଜ ହେବା ପରେ ପରିବାର ଲୋକେ ଏତଲା ଦେବା ପାଇଁ ଯାଇଥିବା ବେଳେ ପୁଲିସ ଏତଲା ରଖି ନଥିଲା । ପରେ ପରିବାର ଲୋକେ ସମାଜିକ କାର୍ଯ୍ୟକର୍ତ୍ତାଙ୍କ ସହୟତାରେ ପୁଲିସରେ ଏତଲା ଦେବା ପରେ ପୁଲିସ ପୀଡ଼ିତାଙ୍କୁ ଖୋଜିବା ଆରମ୍ଭ କରିଥିଲା ।

ସମ୍ବନ୍ଧିତ ଖବର