ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜଣେ ୧୨ବର୍ଷର ବାଳକକୁ ଚାରି ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳକ ସହ ଦୁଷ୍କର୍ମ କରିବା ସହ ତାକୁ ବାଡ଼ିରେ ପିଟିବା ସହ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରି ମରିବାକୁ ଛାଡି ଦିଆଯାଇଥିବା ଜଣାଯାଇଛି। ଦିଲ୍ଲୀ କମିଶନ ଫର ମହିଳା (ଡିସିଡବ୍ଲୁ) ମୁଖ୍ୟ ସ୍ବାତୀ ମାଲିୱାଲ ଏହି ଘଟଣା ସମ୍ପର୍କରେ ଟୁଇଟ୍ କରି କହିଛନ୍ତି ଯେ, ଦିଲ୍ଲୀରେ ପୁଅମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ମହିଳା ପ୍ୟାନେଲ ଏହି ଘଟଣାର ସୂଚନା ପାଇ ଦିଲ୍ଲୀ ପୁଲିସ ନିକଟରେ ଏଫଆଇଆର ଦାଖଲ କରିଛି।
दिल्ली में लड़की तो क्या लड़के भी सुरक्षित नहीं हैं। एक 12 साल के लड़के के साथ 4 लोगों ने बुरी तरह से रेप किया और डंडों से पीटकर अधमरी हालत में छोड़कर चले गए। हमारी टीम ने मामले में FIR दर्ज करवाई। 1 आरोपी गिरफ़्तार, 3 अब भी फ़रार, दिल्ली पुलिस को नोटिस जारी कर रही हूँ। pic.twitter.com/tXrqK7xkwm
— Swati Maliwal (@SwatiJaiHind) September 25, 2022
ହିନ୍ଦୀ ଭାଷାରେ ଟ୍ବିଟ କରି ସ୍ବାତୀ ମାଲିୱାଲ ଲେଖିଛନ୍ତି ଯେ, ଦିଲ୍ଲୀରେ କେବଳ ଝିଅମାନେ ନୁହନ୍ତି ପୁଅମାନେ ମଧ୍ୟ ଅସୁରକ୍ଷିତ। ଜଣେ ୧୨ବର୍ଷର ବାଳକ ସହ ୪ ଜଣ ବ୍ୟକ୍ତି ଅତି ନିର୍ମମ ଭାବରେ ଦୁଷ୍କର୍ମ କରିବା ସହ ତାଙ୍କୁ ବାଡ଼ିରେ ପିଟିବା ପରେ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରି ମରିବାକୁ ଛାଡି ମରିବା ପାଇଁ ଛାଡିଦେଇଥିଲେ। ଆମ ଟିମ ଏହି ପ୍ରସଙ୍ଗରେ ଏକ ଏତଲା ପଞ୍ଜୀକରଣ କରିଛି। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୩ଜଣ ଫେରାର ଅଛନ୍ତି। ଏନେଇ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରାଯାଇଛି।