ପ୍ରେମିକାକୁ ଚିଠି ଦେବାକୁ ମନା କରିବାରୁ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଜିଅନ୍ତା ଜାଳିଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ଦିନ ସମୟରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ନିଜ ପ୍ରେମ ପତ୍ରକୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜନୈକା ଛାତ୍ରୀଙ୍କ ନିକଟକୁ ପଠାଇବାର ବାଟ ଖୋଜୁଥିଲେ । ଏହି ସମୟରେ ସେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦେଖି ତାଙ୍କୁ ସେ ଚିଠିଟି ନେଇ ଦେବା ପାଇଁ କହିଥିଲେ । କିନ୍ତୁ ଛାତ୍ରଜଣଙ୍କ ମନା କରିବାରୁ ତାଙ୍କୁ ସେ ଜିଅନ୍ତା ଜାଳିଦେବା ଘଟଣା ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ପୀଡ଼ିତଙ୍କ ଶରୀରର ୯୦ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏ ନେଇ ପୁଲିସକୁ ସୂଚାନ ଦିଆଯିବା ପରେ ଅଭିଯୁକ୍ତ ନାବାଳକକୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ପୁଲିସ ।

Slator

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ପୀଡ଼ିତ ମଧ୍ୟାହ୍ନ ଭୋଜନ ସାରି ବସିଥିବା ବେଳେ ଅଭିଯୁକ୍ତ ନାବାଳକ ଆସି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଚିଠି ଦେବା ପାଇଁ କହିଥିଲେ । କିନ୍ତୁ ପୀଡ଼ିତ ଚିଠି ନ ଦେଇ ଚିରି ଦେବା ସହ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇଦେବି ବୋଲି ଧମକ ଦେଇଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ସ୍କୁଲର ପାର୍କିଙ୍ଗକୁ ଯାଇ ଗାଡ଼ିରୁ ପେଟ୍ରୋଲ କାଢ଼ିବା ସହ ପୀଡ଼ିତଙ୍କ ଉପରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ ।

ସମ୍ବନ୍ଧିତ ଖବର