ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀ ଇଂରାଜୀରେ ମହିଳା ଅଧିକାରୀଙ୍କୁ ଉତ୍ତର ଦେବାରୁ ତାହା ତାଙ୍କୁ ମହଙ୍ଗା ପଡ଼ିଯାଇଛି। ଇଂରାଜୀରେ ଉତ୍ତର ଦେବା ଦେଖି ମହିଳା ଅଧିକାରୀ ରାଗି ଯାଇ ଛାତ୍ରୀଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ବସାଇ ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାପରେ ସ୍ଥାନୀୟଲୋକେ ଉକ୍ତ ମହିଳା ଅଧିକାରୀଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣା ବାରାଣାସୀ ଜିଲ୍ଲାରେ ଘଟିଛି। ଭୀଷମପୁର ଥାନା ଅଞ୍ଚଳରେ ଜିମବାଡ଼ିକୁ ନେଇ ଦୁଇପକ୍ଷ ମଧ୍ୟରେ ଏକ ବିବାଦ ଲାଗି ରହିଥିଲା। ଏହି ବିବାଦ ମାମଲା ହାଇକୋର୍ଟରେ ବି ଚାଲିଛି।
କୁହାଯାଉଛି କି, ହାଇକୋର୍ଟ ଗୋଟିଏ ପକ୍ଷଙ୍କୁ ଜମିର କିଛି ଅଂଶ ଦଖଲ କରିବା ପାଇଁ ଆଦେଶ ଦେଇଥିଲେ। ଏହି ସମୟରେ ନାଏବ ତହସିଲଦାର ପ୍ରାଚୀ କେସରବାନୀ ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ବିପୁଳ ପରିମାଣରେ ସ୍ଥାନୀୟଲୋକେ ଏକାଠି ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ପୁଲିସ ଓ ମହିଳା ଅଧିକାରୀଙ୍କ ବିରୋଧ କରିଥିଲେ। ଏହି ସମୟରେ ଲୋକେ କହିଥିଲେ କି, ‘ଆପଣ କେଉଁ ଆଦେଶରେ ଏହି ଜମି ଦଖଲର ଯାଞ୍ଚ କରୁଛନ୍ତି।’ ଏହାପରେ ନାଏବ ତହସିଲଦାର କହିଥିଲେ,‘‘ ଏହି ଆଦେଶ ଇଂରାଜୀରେ ରହିଛି। ଆପଣମାନେ କ’ଣ ପଢ଼ିପାରିବେ। ’’
UP : जमीन पर कब्ज़ा दिलाने पहुंची नायब तहसीलदार ने युवती को मारा थप्पड़, वीडियो हुआ वायरल
◆ पुलिस ने इलाके से नायब तहसीलदार को हटाया #UttarPradesh | #Varanasi | Varanasi | Prachi Kesarwani Kapsethi pic.twitter.com/5WPpTFxMtG
— News24 (@news24tvchannel) August 10, 2023
ମହିଳା ଅଧିକାରୀଙ୍କ ଏଭଳି କଥା ଶୁଣି ଦ୍ବାଦଶଶ୍ରେଣୀର ପଢ଼ୁଥିବା ଜଣେ ଛାତ୍ରୀ ସାମ୍ନାକୁ ଆସିଥିଲେ। ଆଉ ମହିଳା ଅଧିକାରୀଙ୍କୁ ଇଂରାଜୀରେ ଉତ୍ତର ଦେଇଥିଲେ। ଯାହାକୁ ଶୁଣିବା ପରେ ନାଏବ ତହସିଲଦାର ରାଗି ଯାଇଥିଲେ। ଆଉ ଛାତ୍ରୀଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ବସାଇଥିଲେ। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏସଡିଏମ ଯାଞ୍ଚ ଆଦେଶ ଦେଇଛନ୍ତି।
ମହିଳା ଅଧିକାରୀଙ୍କ ଠାରୁ ଶକ୍ତ ଚାପୁଡ଼ା ଖାଇବା ପରେ ଛାତ୍ରୀ ଜଣକ କହିଥିଲେ, ‘କ’ଣ ଇଂରାଜୀରେ ଉତ୍ତର ଦେବା ଭୁଲ ହୋଇଗଲା କି?’