ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୩ଜଣ ଚୋରା ମଦ େବପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଅବକାରୀ ବିଭାଗ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଂଜନ ବେହେରା, ପ୍ରଶାନ୍ତ ରାଉତ, ସୁରେଶ ନାୟକ, ଅମିୟ ସାମଲ, ସୁଗ୍ରୀବ ଯାଦବ, ଉତ୍କଳ ମହାରଣା, ସାଧୁ ପ୍ରଧାନ, ବାଦଲ ବୋଷ, ପ୍ରମୋଦ ମାରିୟା, ଭାଗବତ ଭୋଇ, ଦୀପୁନା ବରାଳ, ବଳରାମ ସିଂହ, ସୌରୀ ଦାସ। ଆଦିତ୍ୟ ନାରାୟଣ ରାଓ ନାମକ ଜଣେ ଅଭିଯୁକ୍ତ ଚଢ଼ଉ ବେଳେ ଫେରାର୍ ହୋଇଯାଇଛି। ଅବକାରୀ ବିଭାଗର ଇନ୍ସପେକ୍ଟର ଦେବୀପ୍ରସାଦ ଦାସଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରାଜଧାନୀର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିଲା। କିନ୍ତୁ କେତେକ ଚୋରା ବ୍ୟବସାୟୀ ଏହାର ଫାଇଦା ନେଇ ଅବାଧ ମଦ ବିକ୍ରି କରୁଥିଲେ। ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୁନ୍ଦରପଦା, ବାଳକାଟି, ଧଉଳି, ଭରତପୁର, ଫାଳିକିଆ ବସ୍ତି, ବରମୁଣ୍ଡା, ସିଆର୍ପି ଆଦି ସ୍ଥାନରେ ଚଢ଼ଉ କରାଯାଇଥିଲା।
ଗାନ୍ଧୀ ଜୟନ୍ତୀରେ ଅବକାରୀ ବିଭାଗର ଧରାପଗଡ଼
୧୩ ଗିରଫ, ବିପୁଳ ପରିମାଣର ମଦ ଜବତ
/sambad/media/post_attachments/wp-content/uploads/2018/09/Arrest_8476.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)