ରେୱାଡ଼ି: ଦିଲ୍ଲୀରେ କାହାକୁ ନଜଣାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୨୩ଜଣ କରୋନା ରୋଗୀ ଫେରାର ହୋଇଯାଇଥିବା ଘଟଣା ଭଳି ହରିୟାଣାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫେରାର ହୋଇଯାଇଥିବା ଖବର ମିଳିଛି। ତେବେ ଚିନ୍ତାର ବିଷୟ ହେଉଛି ଫେରାର ହୋଇଯାଇଥିବା ସମସ୍ତ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ୧୩ଜଣ କଏଦୀଙ୍କ ନାମରେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧିକ ମାମଲା ରହିଛି।
ସୂଚନା ମୁତାବକ, ଫେରାର ହୋଇଯାଇଥିବା କଏଦୀମାନଙ୍କୁ ହରିୟାଣାର ରେୱାଡ଼ି ଜିଲ୍ଲାରେ ରଖାଯାଇଥିଲା । କିଛିଦିନ ପୂର୍ବରୁ ସେମାନଙ୍କୁ ଜ୍ବର, ଥଣ୍ଡା ଓ କାଶ ହୋଇଥିବା ହେତୁ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା।
ଏହି ପରୀକ୍ଷା ରିପୋର୍ଟରୁ ସେମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାପରେ ସଂକ୍ରମିତ କଏଦୀଙ୍କୁ ରେୱାଡ଼ି ଜିଲ୍ଲାରେ ରଖାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ଫେରାର୍ କଏଦୀଙ୍କ ମଧ୍ୟରୁ ୪ ଜଣ ରେୱାଡ଼ି ଏବଂ ୯ ଜଣ ମହେନ୍ଦ୍ର ଗଡ଼ ଜିଲ୍ଲାର ହୋଇଥିବା ଜଣା ପଡ଼ିଛି। ୧୩ଜଣ କଏଦୀ ଝରକାରେ ଲାଗିଥିବା ରେଲିଂକୁ କାଟି ସେଠାରୁ ଫେରାର୍ ହୋଇଯାଇଥିବା କୁହାଯାଉଛି। ପୁଲିସ ୪ଟି ଟିମ ଗଠନ କରି ଫେରାର ହୋଇଯାଇଥିବା ଦୁର୍ଦ୍ଦାନ୍ତ କଏଦୀଙ୍କୁ ଖୋଜୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-2-copy-4.jpg)