ଅନୈତିକ ସଂପର୍କ ମହଙ୍ଗା ପଡ଼ିଲା : ଗାଁର ମୁଖିଆଙ୍କ ସମେତ ୧୩ ଜଣ ହେଲେ ଏଡ୍‍ସର ଶିକାର

ନୂଆଦିଲ୍ଲୀ : କାମଲାଲସାର ଶିକାର ହୋଇ ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିବା ମହଙ୍ଗା ପଡ଼ିଛି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗୋରଖ୍‌ପୁର ଜିଲ୍ଲାରେ । ରାସନ କାର୍ଡ଼ ଏବଂ ବିଧବା ଭତ୍ତା କରାଇ ଦେବା ନାଁରେ ଗାଁର ମୁଖିଆଙ୍କ ସମେତ ୧୩ ଜଣ ବ୍ୟକ୍ତି ଜଣେ ବିଧବା ମହିଳାଙ୍କ ସହ ସଂପର୍କ ରଖିଥିଲେ । କିନ୍ତୁ ସେମାନଙ୍କୁ ଜଣା ନଥିଲା ଏହା ସେମାନଙ୍କ ପାଇଁ କାଳ ହେବ । ସେମାନେ ଦୁରାରୋଗ୍ୟ ଏଡ୍‌ସର କବଳିତ ହୋଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ପୁରା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଗୋରଖ୍‌ପୁର ଜିଲ୍ଲା ଭଥାଟ୍‌ ବ୍ଲକ୍‌ରେ ରହୁଥିବା ଜନୈକା ୨୮ ବର୍ଷିୟ ମହିଳାଙ୍କ ବିବାହର ୩ ବର୍ଷ ପରେ ଏକ ଅଜଣା ରୋଗରେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କଲେ। ଫଳରେ ତାଙ୍କ ଘରେ ଆର୍ଥିକ ଅଭାବ ଦେଖା ଯାଇଥିଲା । ଏଥି ପାଇଁ ସେ ସରକାରଙ୍କର ଯୋଜନାକୁ ଆପଣେଇ ଜୀବନ କଟାଇବେ ବୋଲି ଭାବିଥିଲେ । ରାସନ କାର୍ଡ଼ ଏବଂ ବିଧବା ଭତ୍ତା ପାଇବା ପାଇଁ ସେ ଯେତେବେଳେ ଗାଁର ମୁଖିଆ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ପାଖକୁ ଯାଇଥିଲେ, ସେତେବେଳେ ସେମାନଙ୍କ ଖରାପ ନଜର ପୀଡ଼ିତାଙ୍କ ଉପରେ ପଡ଼ିଥିଲେ । ରାସନ କାର୍ଡ଼ ଏବଂ ବିଧବା ଭତ୍ତା ଦେବା ବଦଳରେ ସେମାନେ ପୀଡ଼ିତାଙ୍କ ଇଜ୍ଜତ୍‌ ଲୁଟିଥିଲେ ।

patheos.com

ତିନି ମାସ ପୂର୍ବରୁ ଯେତେବେଳେ ମହିଳା ଜଣକ ଅସୁସ୍ଥ ହୋଇପଡ଼ିଲେ ସେତେବେଳେ ଗ୍ରାମର ମୁଖିଆ ତାଙ୍କୁ ଡ଼ାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ପଠାଇଥିଲେ । ଡ଼ାକ୍ତରଙ୍କ ନର୍ଦ୍ଦେଶ ଅନୁଯାୟୀ ଯେତେବେଳେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା ସେତେବେଳେ ସେ ଏଚ୍‌ଆଇଭି ପଜେଟିଭ୍‌ ବୋଲି ଜଣାପଡ଼ିଥିଲା । ଏହା ଜାଣିବା ପରେ ପୀଡ଼ିତାଙ୍କ ସହ ଅନୈତିକ ସଂପର୍କ ରଖିଥିବା ଗ୍ରାମର ୧୩ ଜଣ ଡ଼ରି ଯାଇଥିଲେ । ଡ଼ାକ୍ତରଖାନା ଯାଇ ରକ୍ତ ପରୀକ୍ଷା କରାଇବା ପରେ ମୁଖିଆଙ୍କ ସମେତ୧୩ ଜଣ ଏଚ୍‌ଆଇଭି ପଜେଟିଭ୍‌ ବୋଲି ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର