ପାଟନା (ବିହାର): ଏକ ମୋବାଇଲ ଚୋରି ଘଟଣାକୁ କେନ୍ଦ୍ର କରି ବିହାରର ପାଟନା ନିକଟସ୍ଥ ବୈଶାଲୀ ଜିଲ୍ଲା ଦାଉଦପୁର ଗ୍ରାମରେ ଆଜି (ବୁଧବାର) ସକାଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା।

Advertisment

publive-image Representational Image Asian Age

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏକ ମୋବାଇଲ ଚୋରିକୁ କେନ୍ଦ୍ରକରି ଦୁଇ ପଡ଼ୋଶୀ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ବଚସା ଶେଷରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷକୁ ରୂପାନ୍ତରିତ ହେବା ସହ ପରସ୍ପର ଉପରେ ଏସିଡ୍‌ ଆକ୍ରମଣ ହୋଇଛି। ଏସିଡ୍‌ ଆକ୍ରମଣରେ ଗୋଟିଏ ପରିବାରର ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି। ଏସିଡ୍‌ ଆକ୍ରମଣରେ ଆହତ ମାନଙ୍କର ଶରୀରର ୪୦ରୁ ୫୦ ଭାଗ ପୋଡ଼ିଯାଇଛି। ସମସ୍ତ ଆହତଙ୍କୁ ଏବେ ହାଜିପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି ଗଣମାଧ୍ୟମକୁ କହିଛନ୍ତି ବୈଶାଲୀ ଜିଲ୍ଲା ଏସ୍‌ପି ଏମ୍‌. ଏସ୍‌ ଧିଲୋନ୍‌। ପୁଲିସ୍‌ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।