ଭାରୀ ପଡ଼ିଲା ଫେସ୍‌ବୁକ୍‌ ପ୍ରେମ : ହୋଟେଲକୁ ଡ଼ାକି ନାବାଳିକା ସହ ଗଣଦୁଷ୍କର୍ମ କଲା ଫେସ୍‌ବୁକ୍‌ ପ୍ରେମିକ

ନୂଆଦିଲ୍ଲୀ : ଦୁଷ୍କର୍ମ ଭଳି ଅପରାଧ ଥମିବାର ନାଁ ନେଉ ନଥିବା ବେଳେ ସୋସିଆଲ ମିଡିଆ ଏବେ ଏହାର ଏକ ମାଧ୍ୟମ ପାଲଟିଛି । କିଛି ଯୁବକ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇ ଦୁଷ୍କର୍ମ ଭଳି ଅପରାଧକୁ ସଫଳ କରି ପାରୁଛନ୍ତି । ଆଗରୁ ଏଭଳି ଅନେକ ଘଟଣା ଘଟି ସାରିଥିବା ବେଳେ ଏବେ ପୁଣି ଦିଲ୍ଲୀରେ ଜଣେ ୧୩ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଫେସ୍‌ବୁକ୍‌ ଜରିଆରେ ସାଙ୍ଗ ହେବା ପରେ ଏଭଳି ପରିସ୍ଥିତିର ସାମ୍ନା ପୀଡ଼ିତାଙ୍କୁ କରିବାକୁ ପଡ଼ିଥିଲା ।

oneindia.com

ସୂଚନା ମୁତାବକ, ପୀଡ଼ିତା ଫେସ୍‌ବୁକ୍‌ ଜରିଆରେ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ସହ ଅଭିଯୁକ୍ତ ପୀଡ଼ିତାଙ୍କୁ ଦେଖା କରିବା ପାଇଁ ଡ଼ାକିଥିଲେ । ଦେଖା ହେବା ପରେ ସେଠାରୁ ଅଭିଯୁକ୍ତ ନିଜର ଜଣେ ବନ୍ଧୁଙ୍କ ସାହାଯ୍ୟରେ ପୀଡ଼ିତାଙ୍କୁ ଏକ ହୋଟେଲକୁ ନେଇ ଯାଇ ଦୁଇ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ । ପରେ ସେଠାରୁ ବାହାରିବାରେ ସଫଳ ହେବାରୁ ପୀଡ଼ିତା ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଁ ଏବେ ଦିଲ୍ଲୀ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର