ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ନାବାଳିକାକୁ କିଛି ମାସ ଧରି ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ, ନାବାଳିକା ସ୍ୱପ୍ନା (ଛଦ୍ମନାମ) ନିଶତପୁରା ଅଞ୍ଚଳରେ ବସବାସ କରେ। ତେବେ କୌଣସି କାରଣରୁ ସେ ଘର ଛାଡି ଚାଲି ଯାଇ ହନୁମାନଗଞ୍ଜ ବସଷ୍ଟାଣ୍ଟରେ ପହଞ୍ଚିଥିଲା। ସେଠାରେ ତାର ଅଭୟ କୁମାର ନାମକ ଜଣେ ଅଟୋ ଚାଳକ ସହିତ ଭେଟ ହୋଇଥିଲା। ଅଭୟ ପ୍ରଥମେ ସ୍ୱପ୍ନା (ଛଦ୍ମନାମ) ସହିତ ବନ୍ଧୁତା କରିଥିଲା। ଏହାପରେ ତାକୁ ଗଞ୍ଜେଇ ପିଆଇ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ଏପରି କିଛିମାସ ଦୁଷ୍କର୍ମ କରିବା ପରେ ଅଭୟ ସହିତ ଅନ୍ୟ ଅଟୋ ଚାଳକ ବି ସ୍ୱପ୍ନାକୁ ଦୁଷ୍କର୍ମ କରିଥିଲେ।
/sambad/media/post_attachments/b946170fda87d4c17d7e85a00661ec9e3fbb6fc98c4b40276a8f7682fbb34814.jpg)
ତେବେ କଳେବଳେ କୌଶଳେ ସ୍ୱପ୍ନା ନିଜ ଘରକୁ ଚାଲି ଆସିଥିଲା। କିନ୍ତୁ ଏତିକି ଦିନ ଭିତରେ ତାର ଗଞ୍ଜେଇ ସେବନ କରିବା ଅଭ୍ୟାସରେ ପଡ଼ି ଯାଇଥିଲା। ଗଞ୍ଜେଇ ସେବନ ସମୟ ହେଲେ ତାର ସ୍ୱଭାବରେ ପରିବର୍ତ୍ତନ ଦେଖି ପରିବାର ଲୋକ ଜିଲ୍ଲା ଚାଇଲ୍ଡ ହେଲପଲାଇନ୍ ସହିତ ସମ୍ପର୍କ କରିଥିଲେ। ଚାଇଲ୍ଡ ହେଲପ୍ଲାଇନ୍ ସ୍ୱପ୍ନାକୁ ସାଥୀରେ ନେଇ ପଚରାଉଚରା ପରେ ଘଟଣା ସାମ୍ନାକୁ ଆସିଥିଲା। ପୀଡ଼ିତା ମୁଖ୍ୟ ଅଭିଯୁକ୍ତର ପରିଚୟ ଚାଇଲ୍ଡ ହେଲପ୍ଲାଇନ୍କୁ ଜଣାଇଥିଲା।
ଏହାପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଅଭୟ ଓ ଅଜ୍ଞାତ ଲୋକଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରିଛି। ଏଥିସହିତ ପୋକସୋ ଆକ୍ଟ ଜରିଆରେ ମାମଲା ବି ରୁଜୁ କରାଯାଇଛି। କିନ୍ତୁ ପୁଲିସ ଏଯାବତ କାହାକୁ ଗିରଫ କରି ନାହିଁ।