ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଂ ପୁଲିସ୍ ପକ୍ଷରୁ ତିନୋଟି ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଛି। ଦଶହରା ସମୟ ହୋଇଥିବାରୁ ବିଭିନ୍ନ ଗାଁ ଗହଳିରେ ଜୁଆ ଆସର ଜମୁଥିବା ବେଳେ ପୁଲିସ୍ ପକ୍ଷରୁ ଚଢଉକୁ ମଧ୍ୟ ବ୍ୟାପକ କରାଯାଇଛି। ପୁଲିସ୍ ଏହି ଚଢଉରୁ ୧୪ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪୫ ହଜାର ୨୦୦ ଟଙ୍କା ଜବତ କରିଛି। ଏହି ଥାନା ଅଧିନ ହଳନ୍ଦଖୋଳା,ବାଲି ସାହି ଅତରାଇପଲ୍ଲୀରେ ଚଢଉ କରାଯାଇଥିବା ବେଳେ କେସ୍ ନଂ ୨୨୧ ,୨୨୨,୨୨୩ ରେ ତିନୋଟି ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି।
ତାରସିଂ ପୁଲିସ୍ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢଉ, ୧୪ ଗିରଫ
/sambad/media/post_attachments/wp-content/uploads/2020/10/BNJ-BJ-gambler.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)