ପ୍ରେମିକ ସହ ଦେଖା ହେବାକୁ ମନା କରିବାରୁ ସୁପାରୀ ଦେଇ ମା’ଙ୍କୁ ହତ୍ୟା କଲା ଯୁବତୀ

ନୂଆଦିଲ୍ଲୀ: ପ୍ରେମିକ ସହ ଦେଖା ହେବାକୁ ମନା କରିବାରୁ ସୁପାରୀ ଦେଇ ମା’ଙ୍କୁ ହତ୍ୟା କଲା ଯୁବତୀ।‌ ପ୍ରେମରେ ଅନ୍ଧ ହୋଇ ଜଣେ ଯୁବତୀ ନିଜ ଜନ୍ମ କଲା ମା’କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତ ଯୁବତୀ ନିଜ ପ୍ରେମିକ ସହ ମିଶି ମା’ଙ୍କ ସୁପାରୀ ଦେଇଥିବା ଅଭିଯୋଗ ହୋଇଛି। ରୁଷର ମସ୍କୋରେ ଏହି ଘଟଣା ଘଟିଥିବା ବେଳେ ମୃତକଙ୍କ ନାଁ ଆନାସ୍ଥାସିଆ ବୋଲି ଚିହ୍ନଟ କରାଯାଇଛି।

ଦି ସନ୍ ଅନୁଯାୟୀ, ଆନାସ୍ଥାସିଆଙ୍କୁ ହତ୍ୟା କରିବା ପାଇଁ ଦୁହେଁ ୨ଜଣ ଯୁବକଙ୍କୁ ୩୬୫୦ ପାଉଣ୍ଡ ଦେଇଥିଲେ। ମୃତ ଆନାସ୍ଥାସିଆ ଝିଅର ପ୍ରେମିକକୁ ଘର ଛାଡିବାକୁ କହିବା ସହ ତାଙ୍କ ଝିଅ ସହ ଦେଖା ନହେବାକୁ କହିଥିଲେ। ଏହି କାରଣରୁ ରାଗରେ ତାଙ୍କ ଝିଅ ଆନାସ୍ଥାସିଆଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିବା ଜଣାପଡ଼ିଛି। ହତ୍ୟା କରିବା ପରେ ଆନାସ୍ଥାସିଆଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଥିଲେ ସୁପାରୀ କିଲର। ହତ୍ୟାର ୨ଦିନ ପରେ ତାଙ୍କ ମୃତଦେହ ମିଳିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା।

ବ୍ୟବଚ୍ଛେଦ ପରେ ଆନାସ୍ଥାସିଆଙ୍କୁ ହତ୍ୟା ପୂର୍ବରୁ ମାଡ ମରାଯିବା ସହ ଗଳା ଚିପି ତାଙ୍କର ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୁପାରୀ କିଲରମାନେ ନାବାଳକ ବୋଲି ଜଣାପଡ଼ିବା ପରେ ଅଧିକ ସୂଚନା ପାଇଁ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର