ମାମୁ ପୁଅ ଭାଇ ସମେତ ୬ ଜଣ କଲେ ଦୁଷ୍କର୍ମ; ଚିତ୍କାର କରିବାରୁ ବ୍ଲେଡରେ କାଟିଦେଲେ ହାତ !

ଯମୁନାନଗର(ହରିୟାଣା) : ସହର ଠାରୁ ମାତ୍ର ୨୦୦ମିଟର ଦୂରତାରେ ଥିବା ସାଇବର କେଫେରେ ଘଟିଥିବା ଗଣଦୁଷ୍କର୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ପୀଡ଼ିତାଙ୍କ ମାମୁ ପୁଅ ଭାଇ ସାମିଲ ଥିବା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି । ଘଟଣା ସଂପର୍କରେ ପୁଲିସକୁ ଖବର ଦିଆଯିବାର ୧୦ଘଣ୍ଟା ମଧ୍ୟରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି । ଅନ୍ୟ ଦୁଇ ଜଣଙ୍କୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଛି ।

StepFeed

ସୂଚନା ମୁତାବକ, ପୀଡ଼ିତାଙ୍କ ମାମୁ ପୁଅ ଭାଇ ଏବଂ ତାଙ୍କର ଜଣେ ସାଙ୍ଗ ପୀଡ଼ିତାଙ୍କ ଘରକୁ ଆସି ତୁମ ବାପା ଦୁର୍ଘଟଣାର ଶିକାର ହୋଇଥିବା କହିଥିଲେ । ଏହା ଶୁଣି ପୀଡ଼ିତା ଦୁଇ ଜଣଙ୍କ ସହ ବାଇକ୍‌ରେ ବସି ଡ଼ାକ୍ତରଖାନା ବାହାରିଥିଲେ । କିନ୍ତୁ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଡ଼ାକ୍ତରଖାନ ନେବା ପରିବର୍ତ୍ତେ ଏକ ସାଇବର କାଫେକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ସେଠାରେ ଆଉ ୪ଜଣ ଅଭିଯୁକ୍ତ ଆସି ପହଞ୍ଚିଥିଲେ । ଯେଉଁମାନେ ପୀଡ଼ିତାଙ୍କୁ ୨୦୦ମିଟର ଦୂରରେ ଥିବା ଆଉ ସାଇବର କାଫେକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ପୀଡ଼ିତା ସାହାଯ୍ୟ ପାଇଁ ପାଟି କରିବାରୁ ବ୍ଲେଡ଼୍‍ରେ ୫୦ ଥର ତାଙ୍କ ହାତ କାଟିଥିଲେ ଅଭିଯୁକ୍ତ । ଗଣଦୁଷ୍କର୍ମ ପରେ ପୀଡ଼ିତା ବେହୋସ ହୋଇ ଯିବାରୁ ତାଙ୍କୁ ରାସ୍ତାରେ ଉପରେ ଫିଙ୍ଗି ଚାଲି ଯାଇଥିଲେ । ପରେ ପୀଡ଼ିତା ଘରକୁ ଫେରି ସବୁ ଜଣାଇବା ପରେ ଅଭିଯୁକ୍ତ ମାମୁ ପୁଅ ଭାଇର ପରିବାର ଅଭିଯୋଗ ନ କରିବା ପାଇଁ କହିବା ସହ ବିବାହ କରାଇବାକୁ କହିଥିଲେ । କିନ୍ତୁ ପୀଡ଼ିତାଙ୍କ ପରିବାର କାହା କଥା ନ ଶୁଣି ପୁଲିସରେ ଅଭିଯୋଗ କରିବା ପରେ ୪ଜଣଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର