ଲକ୍ଷ୍ନୌ : ଲକ୍ଷ୍ନୌରେ ଜଣେ ୧୪ବର୍ଷୀୟ ନାବାଳକକୁ ୩ଜଣ ଯୁବକ ମାଡ଼ ମାରିବା ସହ ଏସିଡ୍‌ ପିଆଇବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ଏସିଡ୍‌ ପୀଡ଼ିତଙ୍କ ଖାଦ୍ୟନଳୀକୁ ଯାଇ ନଥିବାରୁ ତାଙ୍କ ଅବସ୍ଥା ସେତେ ଗୁରୁତର ହୋଇ ନାହିଁ ବୋଲି କହିଛି ପୁଲିସ ।

Advertisment

publive-image indiatimes.com

ପୀଡ଼ିତଙ୍କ ମା’ଙ୍କ ଅନୁଯାୟୀ, ପୀଡ଼ିତ ନିଜ ଜେଜେ ମା’ଙ୍କ ଘରକୁ ବୁଲି ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା । ବାହାରେ ଖେଳୁଥିବା ବେଳେ ୩ଜଣ ଅଭିଯୁକ୍ତ ପୀଡ଼ିତଙ୍କୁ ଡ଼ାକି ଗଞ୍ଜେଇ ଆଣିବାକୁ କହିଥିଲେ । କିନ୍ତୁ ପୀଡ଼ିତ ମନା କରି ଦେବାରୁ ରାଗରେ ୩ଜଣ ଅଭିଯୁକ୍ତ ମିଶି ପୀଡ଼ିତଙ୍କୁ ମାଡ଼ ମାରିବା ସହ ଏସିଡ୍‌ ପିଆଇ ଦେଇଥିଲେ । କିନ୍ତୁ ପୀଡ଼ିତଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏସିଡ୍‌ ଭିତରକୁ ନ ଯାଇ କେବଳ ପାଟି ଭିତରେ ରହିଥିଲା ।