ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ପଠାନ ସାହିରୁ ବନ୍ଧୁକ ମୁନରେ  ୬ ଜଣ ଲୁଟେରା ୧୫ ଲକ୍ଷ ଲୁଟି ନେଇଛନ୍ତି। ଲୁଟେରାମାନେ ମାସ୍କ ପିନ୍ଧି ବନ୍ଧୁକ ମୁନରେ ଲୁଟ୍ କରିଛନ୍ତି। ସୂଚନାନୁସାରେ, ୬ଜଣ ଲୁଟେରା ଅବଦୁଲ ଅନସାରୀ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୧୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

Advertisment

ଅନସାରୀ ତାଙ୍କର ଦୁଇ ସାଥୀଙ୍କ ସହ ପାରୁଆ ଗ୍ରାମ ପଞ୍ଚାୟତର ଛତାବେଡାଠାରେ ସାପ୍ତାହିକ ବଜାରକୁ ଯାଉଥିଲେ। ଏହି ସମୟରେ ୬ଜଣ ମାସ୍କ୍ ପିନ୍ଧା ଲୁଟେରା ସେମାନଙ୍କ ଉପରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ୍ କରି ନେଇଥିଲେ।

ଅଧିକ ପଢ଼ନ୍ତୁ: ବସ୍-ପାଇପ ବୋଝେଇ ଟ୍ରକ୍ ଧକ୍କା: ୪ ଆହତ

ଏହି ଆକ୍ରମଣରେ ଅବଦୁଲ ଅନସାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ମୋହନ ଭାଗବତଙ୍କ ବୟାନ ଦେଶଦ୍ରୋହ ସହ ସମାନ : ରାହୁଲ ଗାନ୍ଧି