୨୦୧୮ରେ ୧୧ବର୍ଷୀୟା ନାବାଳିକା ସହ କରିଥିଲେ ଦୁଷ୍କର୍ମ, ଆଜି ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ, ସୋମବାର କରିବେ ଦଣ୍ଡ ଘୋଷଣା

ଚେନ୍ନାଇ: ୨୦୧୮ରେ କରିଥିବା ଅପରାଧ ପାଇଁ ଆଜି ୧୫ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୋଟ ୧୭ଜଣ ମିଶି  ଜନୈକା୧୧ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ। କିନ୍ତୁ ଶୁଣାଣି ସମୟରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଅଦାଲତ ଜାମିନ୍ ଦେଇଥିଲା। ଏ‌ବେ ୧୫ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ମାନିବା ସହ ଆସନ୍ତାକାଲି ସେମାନଙ୍କୁ ସେମାନଙ୍କ ଅପରାଧର ଦଣ୍ଡ ଦିଆଯିବ ବୋଲି ଜଣା ପଡ଼ିଛି। ଦୁଷ୍କର୍ମ ଭଳି ଅପରାଧ କରିଥିବା ୧୫ଜଣ ଦୋଷୀ ପୀଡ଼ିତା ରହୁଥିବା ଆପାର୍ଟମେଣ୍ଟରେ ବଗିଚା କାମ, ଲିଫ୍ଟ ଅପରେଟର ଏବଂ ପାଣି ପାଇପ୍ ଠିକ୍ କରିବା କାମ କରୁଥିଲେ ବୋଲି ଜଣା ପଡ଼ିଛି।

Related image
archive.siasat.com

ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ୧୫ଜଣ ଦୋଷୀ ହେଲେ ରବିକୁମାର(୫୬), ସୁରେଶ(୩୨), ରାଜାଶେଖର(୪୦), ଏରାଲଡ୍ ବ୍ରୋଜ୍, ସୁଗୁମାରନ, ଅଭିଷେକ, ମୁରୁଗେସୁ, ପରମାଶିବମ୍, ପଲାନୀ, ଜୟଗଣେଶ, ଦୀନଦୟାଲନ, ଗୟାରାମନ୍, ସୂର୍ଯ୍ୟ, ରାଜା ଏବଂ ଉମ୍ପାଥି। ମିଳିଥିବା ସୂଚନା ମୁତାବକ, ଜୁଲାଇ ୨୦୧୮ରେ ଅଭିଯୁକ୍ତମାନେ ଚେନ୍ନାଇର ଅୟାନବରମ୍ ଆପାର୍ଟମେଣ୍ଟରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଶୁଣି ପାରୁ ନଥିବାର ଫାଇଦ‌ା ଉଠାଇ ୧୭ଜଣ ଅଭିଯୁକ୍ତ ଏଭଳି ଅପରାଧ କରିଥିଲେ। ପରେ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର