୧୫ ଦାମୀ ମୋବାଇଲ ଜବତ, ଲୁଟେରା ଗିରଫ

ଚନ୍ଦ୍ରଶେଖରପୁର: ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ମୋବାଇଲ୍ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରାଜଣଙ୍କ ସାଲିଆସହିର ସାଗର ନାୟକ(୨୭)। ତା’ଠାରୁ ପୁଲିସ୍ ୧୫ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ୍ ସୂଚନା ଅନୁଯାୟୀ, ଗତ ସପ୍ତାହରେ ନୀଳାଦ୍ରିବିହାର ଅଞ୍ଚଳରୁ ଜଣେ ଯୁବକଙ୍କ ହାତରୁ ମୋବାଇଲ୍ ଝାମ୍ପି ଅଭିଯୁକ୍ତ ସାଗର ପଳାଇଥିଲା। ତେବେ ଲୁଟ୍‌ ବେଳରେ ଫୁଟେଜ୍‌ ସିସିଟିଭିରେ କଏଦ୍‌ ହୋଇଥିଲା। ଏହାକୁ ଆଧାର କରି ପୁଲିସ ସାଗରକୁ ଚିହ୍ନଟ କରିବା ସହ ସେ ରହୁଥିବା ସାଲିଆସାହି ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ତା’ଠାରୁ ୧୫ଟି ମୋବାଇଲ୍ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର