ଅନଲାଇନ୍ କ୍ଲାସ ଚାଲିଥିବା ସମୟରେ ଅଶ୍ଳୀଳ କାମ କରିବା ନାବାଳକଙ୍କୁ ମହଙ୍ଗା ପଡ଼ିଲା

ମୁମ୍ୱାଇ: ଅନଲାଇନ୍ କ୍ଲାସ ଚାଲିଥିବା ସମୟରେ ଅଶ୍ଳୀଳ କାମ କରିବା ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ନାବାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାକିନାକା ପୁଲିସ ଆଇପିସିର ଧାରା ୩୫୪(କ) (୩), ୩୫୪ (ଡି) ଏବଂ ସୂଚନା ପ୍ରଯୁକ୍ତିର ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ହ୍ୱାଇଟ୍ ହାଟ ଜୁନିଅର ୱେବସାଇଟରେ ଅନଲାଇନ କ୍ଲାସ ଚାଲୁଥିଲା । ଏହି ସମୟରେ ୧୫ବର୍ଷର ନାବାଳକ ଅନଲାଇନ କ୍ଲାସ ସମୟରେ କ୍ୟାମେରା ସାମ୍ନାରେ ଅଶ୍ଳୀଳ କାମ କରୁଥିଲା । ଏହି ଘଟଣା ନେଇ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା କି ଏଭଳି କାମ ଜଣେ ନବମ ଶ୍ରେଣୀରେ ପଢୁଥିବା ୧୫ ବର୍ଷର ନାବାଳକ କରିଛି।

ନାବାଳକ ଜଣକ ପୁଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରି ନେଇଥିଲା।  ପୁଲିସ ନାବାଳକକୁ ଜୈସଲମେର କୋର୍ଟରେ ହାଜର କରିବା ପରେ ତାକୁ ବାଳ ସୁଧାର ଗୃହକୁ ପଠାଇଦେଇଛି । ବାଳକ ଜଣକ ଅନଲାଇନ କ୍ଲାସ ଲଗଇନ୍ ପାଇଁ ଭୁଲ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇଥିବା ବି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର