ସଂପର୍କୀୟା ଭଉଣୀର ନିର୍ବନ୍ଧକୁ ଆସିଥିବା ୧୫ ବର୍ଷୀୟା ନାବାଳିକା ୧୦ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର; ଘଟଣାର ଭିଡିଓ ବି କରିଥିଲେ ଦୁର୍ବୃତ୍ତ

ବୁଲନ୍ଦସର: ବୁଲନ୍ଦସର୍‌ର ଚଚେରି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ୧୦ ଜଣ ଦୁଷ୍କର୍ମ କରିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତଙ୍କୁ ଜାହାଙ୍ଗିରବାଦ୍‌ ପୁଲିସ୍‌ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ନୀତିଶ ଏବଂ ତାଙ୍କ ଭାଇ ରୋହିତ।

ସୋମବାର ଦିନ ପୀଡ଼ିତା ନାବାଳିକା ନିଜ ପରିବାର ସହ ସଂପର୍କୀୟା ଭଉଣୀର ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଘଟଣା ଘଟିିଥିଲା। ସେହି ଉତ୍ସବରେ ରୋହିତ ଏବଂ ନୀତିଶ ଟେଣ୍ଟ୍‌ ବାନ୍ଧିବାକୁ ଯାଇଥିଲେ।

ରାତି  ପ୍ରାୟ ୮ଟା ସମୟରେ ନୀତିଶ ଉକ୍ତ ନାବାଳିକାକୁ ପାଖ ଗାଁକୁ ଯିବା ପାଇଁ ଫୁସୁଲେଇ ଫାସଲେଇ ରାଜି କରାଇ ଦେଇଥିଲା। ଯେତେବଳେ ନୀତିଶ ନାବାଳିକାକୁ ନେଇ ପହଞ୍ଚିଲା ସେଠାରେ ପୂର୍ବରୁ ଏକ ଦଳ ଅପେକ୍ଷା କରି ରହିଥିଲେ। ନାବାଳିକା ପହଞ୍ଚିବା ମାତ୍ରେ ସେମାନେ ଗଣଦୁଷ୍କର୍ମ କରିଥିଲେ। ପରଦିନ ସକାଳ ପ୍ରାୟ ୫ଟା ସମୟରେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ପାଖ ଗାଁରୁ ପରିବାର .ଲୋକ ପାଇଥିଲେ।

ଶୁକ୍ରବାର ପୀଡ଼ିତାଙ୍କ ଭାଇ ଉକ୍ତ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ନାବାଳିକା ଜଣକ କହିଛନ୍ତି ଯେ ଦୁଷ୍କର୍ମକାରୀ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ କରିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର