ନୂଆଦିଲ୍ଲୀ: ନାଗପୁରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ସନ୍ତାନକୁ ଜନ୍ମ ଦେବା ପରେ ତାକୁ ହତ୍ୟା କରି ଦେଇଥିଲା। ହତ୍ୟା କରିବା ପ‌ରେ ନବଜାତକୁ ଏକ ପ୍ଲାଷ୍ଟିକ ଭର୍ତ୍ତି କରି ଘର ପାଖରେ ରଖି ଦେଇଥିଲା। ପରିବାରଲୋକ ଏଘଟଣା ସମ୍ପର୍କରେ ଜାଣିବା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

Advertisment

ଏହି ଘଟଣା ସାମ୍ନାକୁ ଆସିବା ପରେ ନାବାଳିକାଙ୍କ ହାତ ନବଜାତକୁ ହତ୍ୟା କରିବାକୁ କେମିତି ଗଲା? ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହୁଏତ ମା’ ହତ୍ୟା କରୁଥିବା ଦେଖି ନବଜାତ ମା’କୁ ପ୍ରଶ୍ନ କରୁଥିବ,‘ମା’ ମା’.... ମୋର ଦୋଷ କ’ଣ ଥିଲା , ମୋତେ ଜନ୍ମ ଦେଇ ତୁ କେମିତି ଜୀବନ ନେଇ ପାରିଲୁ ମା’, ମୋତେ ମାରି ତୁ ରହି ପାରିବୁ ତ? ମୋ କଥା କ’ଣ ତୋର କେ‌ବେ ମନେ ପଡ଼ିବନି।’

ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ନବଜାତର ହତ୍ୟାକାରୀ ମା’କୁ ଅଟକ ରଖି ଘଟଣା ସମ୍ପର୍କରେ ପଚାରିବାରୁ ସେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଥିଲା।

ନାବାଳିକା ଜଣକ ପୁଲିସ ସାମ୍ନାରେ କହିଥିଲା କି, ମୋର ଇନଷ୍ଟାଗ୍ରାମ ଜରିଆର ଜଣେ ଯୁବକ ସହିତ ପରିଚୟ ହୋଇଥିଲା। ଉକ୍ତ ଯୁବକ ପାଇଁ ମୁଁ ଗର୍ଭବତୀ ହୋଇଥିଲି। ଯୁବକ ଜଣକ ସହିତ ମୋର ଚିହ୍ନାପରିଚୟ ହେବାପରେ ସେ ମୋତେ ଦେଖା କରିବାକୁ ଡାକିଥିଲା। ଏହାପରେ ମୋତେ ସେ ଯେମିତି ହେଲେ ବି ବିବାହ କରିବ ବୋଲି କହି ଶାରୀରିକ ସମ୍ପର୍କ ରଖିଥିଲା। ଏ ସମ୍ପର୍କ ବିଷୟରେ ଯଦି ମୁଁ  କାହାକୁ କିଛି କହିଦିଏ, ସେ ମୋତେ ଜୀବନରୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।

ମୁଁ ଭୟରେ ଦିନ କାଟୁଥିଲୁ। ଏଭଳି ପରିସ୍ଥିତିରେ ମୁଁ ଗର୍ଭବତୀ ‌ହୋଇଯାଇଥିବା ଜାଣି ନଥିଲି। ଘର ବାହାରେ ଥିବା ସମୟରେ ମୋର ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ମୁଁ ବସି ପଡ଼ିବାରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲି। ଏସବୁ ଦେଖି ମୁଁ ଭୟଭୀତ ‌ହୋଇଯାଇଥିଲି। ଘରେ କେହି ନଥିବା ବେଳେ କ’ଣ କରିବି କିଛି ବୁଝି ପାରି ନଥିଲି। ଶେଷରେ ଶିଶୁକୁ ହତ୍ୟାକରି ଏକ ପ୍ଲାଷ୍ଟିକରେ ପୁରାଇ ଘର ପାଖରେ ରଖି ଦେଇଥିଲି। ପରେ ସୁବିଧା ହେ‌ଲେ ଘରଠାରୁ କିଛି ଦୂରରେ ନେଇ ଫିଙ୍ଗି ଦେବି ବୋଲି ଯୋଜନା କରିଥିଲି। କିନ୍ତୁ ଏସବୁ ପୂର୍ବରୁ ମୁଁ ଘରଲୋକଙ୍କ ହାତରେ ଧରା ପଡ଼ିଯାଇଥିଲି।’