ନିଜ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ସାଜିଲେ ନାବାଳିକା; ଗର୍ଭପାତ କରିବାରୁ ଭୋଗିଲେ ଜେଲ୍‌ ଦଣ୍ଡ

ଜାକର୍ତ୍ତା: ନିଜ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ସାଜିଥିବା ଇଣ୍ଡୋନେସିଆର ଜଣେ ୧୫ ବର୍ଷୀୟା ନାବାଳିକା ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ନାବାଳିକାର ଭାଇକୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ଗର୍ଭପାତ କରାଇଥିବାରୁ ନାବାଳିକାଙ୍କୁ ଶିଶୁ ସୁରକ୍ଷା ଆଇନ୍‌ ଅଧୀନରେ ଦୋଷୀ ସାବ୍ୟସ୍ତ କରାଯାଇଛି। କୌଣସି ମହିଳାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଦୁଷ୍କର୍ମ ଆଦି କ୍ଷେତ୍ରରେ ଇଣ୍ଡୋନେସିଆ ଆଇନ୍‌ ଗର୍ଭପାତ ଅନୁମତି ଦେଇଥାଏ। ମାତ୍ର ଏହା ବିଧିବଧ ଭାବେ ହେବା ଜରୁରୀ। ଗର୍ଭଧାରଣକୁ ୬ ସପ୍ତାହ ପୂର୍ତ୍ତି ହୋଇଯାଇଥିଲେ ଗର୍ଭପାତ ବେନିୟମ ହୋଇଥାଏ।

ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ, ନାବାଳିକା ଜଣକ ଗତବର୍ଷ ସେପ୍ଟମ୍ବରରେ ନିଜ ଭାଇ ଦ୍ୱାରା ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ଗର୍ଭଧାରଣ ୬ ସପ୍ତାହ ପରେ ସେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଗର୍ଭପାତ କରାଇଛନ୍ତି।

ଏହି ଗର୍ଭପାତ ପାଇଁ ନାବାଳିକାଙ୍କ ମାଆ ତାଙ୍କୁ ସାହାଯ୍ୟ କରିଥିଲା। ପୁଲିସ୍‌ ଏହି ଭାଇ ଓ ଭଉଣୀଙ୍କୁ ଗତ ଜୁନ୍‌ରେ ଗିରଫ କରିଥିଲା। ପୀଡ଼ିତାଙ୍କ ପେଟରେ ଏକ ଶିଶୁ ପୁତ୍ର ରହିଥିବା ଜାଣିବାକୁ ମିଳିଥିଲା। ପୀଡ଼ିତାଙ୍କ ମାଆଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର