କୋଲକାତା: କରୋନା ଲକଡାଉନ କାରଣରୁ ଅପରାଧ ସଂଖ୍ୟା କମ ଥିବା ନେଇ କହିଥିଲେ ବିଭିନ୍ନ ରାଜ୍ୟର ପୁଲିସ। ପୂର୍ବରୁ ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ଖବର ଶୁଣିବାକୁ ମିଳିଥିବା ବେଳେ କିଛି ଦିନ ହେବ ଏଭଳି ଅପରାଧର ଖବର କମ ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ ଅନେକ ଦିନ ପରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଖବର ମିଳିଛି। ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ବିଷ ଦେଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଘଟଣାଟି ଘଟିଛି ଦିନାଜପୁର ଜିଲ୍ଲାର ସୋନାରପୁର ଅଞ୍ଚଳରେ। ତେବେ ଏହି ଘଟଣାକୁ ନେଇ ଟିଏମସି ସରକାରକୁ ଦାୟୀ କରିଛି ବିଜେପି । ଟିଏମସି ଏଭଳି ପରିବେଶ ସୃଷ୍ଟି କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ପୀଡ଼ିତା କିଛି ଦିନ ତଳେ ପଶ୍ଚିମବଙ୍ଗ ମାଧ୍ୟମିକ ପରୀକ୍ଷା ପାସ କରିଥିଲେ। ଘଟଣାଦିନ ୫ଜଣ ମୁସଲିମ ଯୁବକ ପୀଡ଼ିତାଙ୍କୁ ଖୋଜୁଥିଲେ ବୋଲି କହିଛନ୍ତି ତାଙ୍କ ବଡ଼ ଭଉଣୀ। ତାଙ୍କ କହିବା ମୁତାବକ, ଘଟଣାଦିନ ୫ଜଣ ମୁସଲିମ ଯୁବକ ମୋ ଭଉଣୀକୁ ଖୋଜୁଥିଲେ। ଏହାର କିଛି ସମୟରେ ତାର ପତ୍ତା ମିଳିନଥିଲା। ରାତି ସାରା ଆମେ ତାକୁ ଖୋଜିବା ପରେ ସକାଳେ ଆମକୁ ବାଉଁଶ ଗଛ ତଳୁ ତାର ମୃତଦେହ ମିଳିଥିଲା। ତାକୁ ଦୁଷ୍କର୍ମ କରାଯାଇ ବିଷ ଦେଇ ହତ୍ୟା କରାଯାଇଛି।
Hindustan Timesତେବେ ପୀଡ଼ିତାଙ୍କ ମୃତଦେହ ମିଳିବା ପରେ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥ ୩୧କୁ ବନ୍ଦ କରି ଧାରଣାରେ ବସିଥିଲେ। ନ୍ୟାୟ ଦାବି କରି ଲୋକମାନେ ବସ ଏବଂ ଅନ୍ୟ ଗାଡ଼ି ଜାଳିଦେବାରୁ ପୁଲିସ ଲୁହବୁହା ବାସ୍ପ ସ୍ପ୍ରେ କରିଥିବା ଜଣା ପଡ଼ିଛି। ଏହା ସହ ଘଟଣାସ୍ଥଳରୁ ଦୁଇଟି ସାଇକେଲ, ଦୁଇଟି ଛତା, ଆଧାର କାର୍ଡ ଏବଂ ମୋବାଇଲ ଫୋନ ପୁଲିସ ହାତରେ ଲାଗିଛି। ଏହି ସବୁ ପ୍ରମାଣ ଆଧାରରେ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-163.jpg)