ବାପା, ଦୟାକରି ଏ ପିିଲାକୁ କାହାକୁ ଦେଇଦିଅ!ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ବିକଳ ଅନୁରୋଧ!

ଡ଼େରାଡ଼ୁନ୍‌: ‘ବାପା,ଏ ପିଲାଟିକୁ କାହାକୁ ଦେଇଦିଅ,ମୁଁ ତାକୁ ରଖିପାରିବି ନାହିଁ।’

ଏହା ହେଉଛି ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଶିଶୁର ତା’ ବାପାଙ୍କ ପ୍ରତି କରୁଣ ଅନୁରୋଧ। ଉତ୍ତରାଖଣ୍ଡର ଏକ ସରକାରୀ ସ୍କୁଲ୍‌ରେ ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ୧୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇ ଏକ ଶିଶୁକୁ ଗତ ସପ୍ତାହରେ ଜନ୍ମ ଦେଇଛନ୍ତି ।

କିଛିଦିନ ତଳେ ନାବାଳିକା ଜଣକର ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାକୁ ନିକଟସ୍ଥ ସରକାରୀ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଜଣାପଡ଼ିଲା କି ସେ ଗର୍ଭବତୀ । ପରିବାର ଲୋକେ ଗର୍ଭପାତ ଲାଗି ଚାହିଁଲେ, ମାତ୍ର ଗର୍ଭ ୭ ସପ୍ତାହରୁ ଅଧିକ ହୋଇଥିବାରୁ ଏହା ସମ୍ଭବ ହେଲା ନାହିଁ। ଶେଷରେ ନାବାଳିକା ଜଣକ ଦୁଷ୍କର୍ମ ଜନିତ ଗର୍ଭଧାରଣ କରିଥିବା ଶିଶୁକୁ ଜନ୍ମ ଦେବାକୁ ବାଧ୍ୟ ହେଲେ।

ଏହି ଘଟଣା ପରେ ନାବାଳିକା ଜଣକଙ୍କ ଠାରୁ ଜାଣିବାକୁ ମିଳିଛି କି ତା’ ସ୍କୁଲର ୫୭ ବର୍ଷୀୟ ଇତିହାସ ଶିକ୍ଷକଙ୍କ ଦ୍ୱାରା ସେ ବାରମ୍ବାର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲା। ଶିକ୍ଷକ ଜଣଙ୍କ ନାବାଳିକାଙ୍କୁ ଏକଥା କାହାକୁ କହିଲେ ପରିଣାମ ଖରାପ ହେବ ବୋଲି ଧମକାଇ ଥିଲେ।
ଉତ୍ତରାଖଣ୍ଡର ତେହରି ଜିଲ୍ଲାର ଏକ ଗ୍ରାମର ଏହି ନାବାଳିକା ବର୍ତ୍ତମାନ ମାଟ୍ରିକ୍‌ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଥିବାବେଳେ ମାନସିକ ଓ ଶାରୀରିକ ଭାବେ ଭାଙ୍ଗିପଡ଼ିଛନ୍ତି।

ଇତିମଧ୍ୟରେ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଜଣକ ଗିରଫ ହୋଇ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ କୁହାଯାଉଛି କି ଜନ୍ମିତ ଶିଶୁର ପିତୃତ୍ୱ ନିର୍ଦ୍ଧାରଣ ଲାଗି ନାବାଳିକାଙ୍କ ଶିଶୁର ଡ଼ିଏନ୍‌ଏ ଟେଷ୍ଟ୍‍ କରାଯିବ। ଏହାପରେ ପରିବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର