ଗୁରୁଗ୍ରାମ : ଗୁରୁଗ୍ରାମରେ ଜଣେ ୧୫ବର୍ଷୀୟ ନାବାଳକ ସହ ଯୌନ ଅସଦାଚରଣ କରାଯିବା ପରେ ହତ୍ୟା କରାଯିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଘଟଣାଟି ଶନିବାର ଘଟିଥିବା ବେଳେ ୩ଜଣ ନାବାଳକକୁ ଗିରଫ କରିଛି ପୁଲିସ । ପୀଡ଼ିତଙ୍କ ବାପାଙ୍କ କହିବା ଅନୁଯାୟୀ, ଛୋଟ ବେଳୁ ପୀଡ଼ିତଙ୍କ ମାନସିକ ଅବସ୍ତା ଠିକ ନଥିଲା । ଯାହାକୁ ନେଇ ୩ଜଣ ଅଭିଯୁକ୍ତ ସବୁ ବେଳେ ପୀଡ଼ିତଙ୍କୁ ଚିଡ଼ାଇ ଆସୁଥିଲେ । ଶନିବାର ପୀଡ଼ିତ ବାହାରେ ଥିବା ବେଳେ ୩ଜଣ ଅଭିଯୁକ୍ତ ପୀଡ଼ିତଙ୍କୁ ଟାଣି ନେବା ସହ ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ ।
/sambad/media/post_attachments/wp-content/uploads/2019/06/20160256c5f80db85fd-300x200.jpg)
ଏହା ପରେ କେହି ଜାଣିଯିବା ଡ଼ରରେ ୩ଜଣ ପୀଡ଼ିତଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପୁଅର ମୃତଦେହ ମିିଳିବା ପରେ ଶନିବାର ଏ ନେଇ ପୀଡ଼ିତଙ୍କ ବାପା ଦିନ ୧୧ଟାରେ ପୁଲିସକୁ ଖବର ଦେଇଥିଲେ । ଯାହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ସହ ପୀଡ଼ିତଙ୍କ ବାପାଙ୍କ ଅଭିଯୋଗ ଆଧାରରେ ୩ଜଣଙ୍କୁ ଗିରଫ କରି ପୁଲିସ ପଚାଉଚରା କରିବା ପରେ ୩ଜଣ ନିଜର ଦୋଷ ମାନି ନେଇଛନ୍ତିି ।