ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୬ ବର୍ଷୀୟା ଫରାସୀ ନାବାଳିକା ଦକ୍ଷିଣ ଦିଲ୍ଲୀର ନେବ ସରାଇ ଅଞ୍ଚଳରେ ଥିବା ନିଜର ସାଙ୍ଗର ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଯୁବତୀ ଜଣକ ପଢ଼ିବା ପାଇଁ ଦିଲ୍ଲୀରେ ନିଜ ସାଙ୍ଗ ଘରେ ରହୁଥିବା ଜାଣିବାକୁ ମିଳିିଛି। ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ, ପୀଡ଼ିତାଙ୍କ ସାଙ୍ଗ ଅର୍ଥାତ, ଅଭିଯୁକ୍ତଙ୍କ ପୁଅ ପୂର୍ବରୁ ଫ୍ରେଞ୍ଚରେ କିଛି ମାସ ପାଇଁ ପୀଡ଼ିତାଙ୍କ ଘରେ ରହିଥିଲେ।
ପୁଲିସ୍ କହିବା ମୁତାବକ, ଅଭିଯୁକ୍ତଙ୍କ ବିରୋଧରେ ପସ୍କୋ ଆଇନ୍ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଫ୍ରେଞ୍ଚ୍ର ଦୂତବାସକୁ ଏ ସଂପର୍କରେ ସୂଚନା ଦିଆଯାଇଛି। ସେମାନେ ଏବେ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକଙ୍କ ସହ ଏ ସଂପର୍କରେ ଯୋଗାଯୋଗ କରୁଥିବାର ସୂଚନା ରହିଛି।
ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ପ୍ରଥମ ଥର ଘଟିନାହିଁ। ପୂର୍ବରୁ ମଧ୍ୟ ଜଣେ ୭୯ ବର୍ଷିଅ ବୃଦ୍ଧ ଚକୋଲେଟର ପ୍ରଲ୍ଲୋଭନ ଦେଖାଇ ଜଣେ ୧୪ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଝିଅଟି ନିଜ ଘର ବାହାରେ ଖେଳୁଥିବା ଅବସ୍ଥାରେ ଏହି ଘଟଣା ଘଟିଥିଲା।