ଫୋନରେ କଥା ହେବା ପରେ ଦେଖା ହେବା ପାଇଁ ଡ଼ାକି ହୋଟେଲ ରୁମ୍‌ରେ ନାବଳିକାକୁ ଦୁଷ୍କର୍ମ କଲେ ଯୁବକ

ଗୁରୁଗ୍ରାମ : ଗୁରୁଗ୍ରାମରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଅପରାଧ ଏକ ହୋଟେଲରେ କରାଯାଇଥିବାର ସୂଚନା ମିଳିଥିବା ବେଳେ ଏନେଇ ମାମଲା ଋଜୁ କରିଛି ପୁଲିସ । ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା ଦୁଷ୍କର୍ମ ହେବାର ସପ୍ତାହ ପରେ ପୀଡ଼ିତା ନିଜ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଯାହା ପରେ ପରିବାର ଲୋକେ ସେକ୍ଟର୫୧ରେ ଥିବା ମହିଳା ପୁଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ପୀଡ଼ିତାଙ୍କ ବାପା ମୃତ୍ୟୁବରଣ କରିବା ପରେ ସେ ଅଷ୍ଟମ ପର୍ଯ୍ୟନ୍ତ ପଢ଼ି ରହି ଯାଇଥିଲେ । ଘରର ଅବସ୍ଥା ଦେଖି ସେ ପାଠ ପଢ଼ା ଛାଡ଼ି ମା’ଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବାକୁ ଲାଗିଥିଲେ । ଜୁନ୍‌ ୨୦୧୮ରେ ଅଙ୍କିତ ଭାଟିଆ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହେବା ସହ ଅକ୍ଟୋବର ୮ରେ ଅଙ୍କିତ ପୀଡ଼ିତାଙ୍କୁ ଗୁରୁଗ୍ରାମକୁ ଆସିବା ପାଇଁ କହିଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ଅଙ୍କିତ ପୀଡ଼ିତାଙ୍କୁ ଗୁରୁଗ୍ରାମର ଏକ ହୋଟେଲକୁ ନେଇ ଯାଇଥିଲେ । ରୁମ୍‌ ଭିତରକୁ ଯିବା ପରେ ଅଙ୍କିତ ପୀଡ଼ିତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିବା ସହ ଦୁଷ୍କର୍ମ କରିଥିଲେ ।

Free Press Journal

ପରେ ଅକ୍ଟୋବର ୯ରେ ଅଙ୍କିତ ପୀଡ଼ିତାଙ୍କୁ ମେଟ୍ରୋରେ ବସାଇ ଘରକୁ ଛାଡ଼ିବା ସହ ସହ ଏ ବିଷୟରେ କାହାକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ । ଯାହା ପାଇଁ ପୀଡ଼ିତା ସପ୍ତାହ ପର୍ଯ୍ୟନ୍ତ ଘରେ କାହାକୁ ନ କହି ଚୁପ୍‌ ରହିଥିଲେ । ପରିବାର ଲୋକେ ପୀଡ଼ିତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି ବାରମ୍ବାର ପଚାରିବା ପରେ ଶେଷରେ ସବୁ ଜଣାଇଥିଲେ ପୀଡ଼ିତା ।

ସମ୍ବନ୍ଧିତ ଖବର