ଅମରାବତୀ : ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ସହରରେ ଜଣେ ୧୬ବର୍ଷୀୟ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ୬ଜଣ ଅଭିଯୁକ୍ତ ମିଶି ଏଭଳି ଅପରାଧ କରିଥିବା ବେଳେ ସେ ମଧ୍ୟରୁ ୩ଜଣ ନାବାଳକ ଥିବା କହିଛି ପୁଲିସ । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରି ସାରିଛି ।
/sambad/media/post_attachments/wp-content/uploads/2019/06/1e835f36e1cfac1601a8244a0e96e621-300x168.jpg)
ସୂଚନା ମୁତାବକ, ଜୁନ୍ ୧୭ରେ ପୀଡ଼ିତା ନିଜ ବସ୍କୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ତାଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କୁ ନିଜ ରୁମ୍କୁ ଡ଼ାକି ନେଇଥିଲେ । ଏହା ପରେ ରୁମ୍ରେ ଥିବା ନିଜ ୫ଜଣ ସାଥୀଙ୍କ ସହ ଦୁଷ୍କର୍ମ କରିଥିଲେ । ୫ଦିନ ଧରି ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଅଭିଯୁକ୍ତମାନଙ୍କ କବଳରୁ ଖସି ଆସି ଶନିବାର ବସ୍ଷ୍ଟାଣ୍ଡରେ ପହଞ୍ଚିବା ପରେ ପୁଲିସ ପୀଡ଼ିତାଙ୍କୁ ଦେଖିବା ସହ ତାକୁ ଡ଼ାକ୍ତରଖାନା ନେଇଥିଲେ । ଏବେ ପୀଡ଼ିତାଙ୍କ ଅବସ୍ଥା ଠିକ ଥିବା ସହ ପୂରା ଘଟଣା ଜାଣି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।