ପ୍ରେମିକ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସେୟାର କରିବା ପରେ ଜୀବନ ହାରିଲେ ନାବାଳିକା

ଅହମଦାବାଦ୍: ମଙ୍ଗଳବାର ଦିନ ଗୁଜୁରାଟର ଅହମଦାବାଦରେ ଥିବା ଚରଣନଗର ଅଞ୍ଚଳରେ ଜଣେ ୧୬ବର୍ଷର ବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅବସାଦଗ୍ରସ୍ତ ହୋଇ ସୋମବାର ସନ୍ଧ୍ୟାରେ ସେ ନିଜ ଘରର ଛାତରୁ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ପୀଡ଼ିତାଙ୍କ ପ୍ରେମିକ ତାଙ୍କର ଅନ୍ତରଙ୍ଗ ଭିଡିଓକୁ ନିଜର ତିନିଜଣ ବନ୍ଧୁଙ୍କ ନିକଟକୁ ପଠାଇ ଦେଇଥିଲେ।  ଯାହା ପରେ ସେମାନେ ଏହାକୁ ଭାଇରାଲ କରିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଫେବୃଆରୀ ୨୯ରେ, ପୀଡ଼ିତାଙ୍କ ପିତାମାତା ତାଙ୍କ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ।

Image result for rape
Isha Foundation

କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଅବସାଦଗ୍ରସ୍ତ ହୋଇ ପୀଡ଼ିତା ସୋମବାର ନିଜର ଜୀବନ ହାରିଛନ୍ତି। ପୁଲିସର କହିବା ମୁତାବକ, ଉଭୟ ପ୍ରେମିକା-ପ୍ରେମିକ ନିଜ ଇଚ୍ଛାରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓର ସୁଟିଂ କରିଥିଲେ। କିନ୍ତୁ ଭିଡିଓ ସୁଟ୍ ପରେ ପ୍ରେମିକ ଏଭଳି କରିବ ବୋଲି ପୀଡ଼ିତାଙ୍କୁ ଜଣା ନଥିଲା। ଘଟଣା ପରେ ଏବେ ପୁଲିସ ‌ଅଭିଯୁକ୍ତ ପ୍ରେମିକ ଓ ତା’ର ୩ଜଣ ବନ୍ଧୁଙ୍କ ବିରୋଧରେ ଏତଲା ଲେଖିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର