ସମ୍ଭଲ(ଉତ୍ତରପ୍ରଦେଶ): ଦୁଷ୍କର୍ମର ଅନେକ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ତାହା ବନ୍ଦ ହେବାର ନାଁ ନେଉ ନାହିଁ। ଏବେ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଘରେ ଏକା ପାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଓ ପରେ ଧରା ପଡ଼ିଯିବା ଡ଼ରରେ ଜିଅନ୍ତା ଜାଳିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାର ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି।
/sambad/media/post_attachments/fcd24ce6674938e0ad9cb529f75c657dda5db6fa45cba82123f78c29ea773f4b.jpg)
ସୂଚନା ମୁତାବକ, ଘଟଣାଟି ଗୁରୁବାର ରାତିରେ ଘଟିଥିଲା। ପୀଡ଼ିତା ନିଜ ଘରେ ଏକା ଥିବା ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଆସି ଦୁଷ୍କର୍ମ କରିଥିଲେ। ଏହା ପରେ ଅସଲ ମୁଖା ଖୋଲିଯିବା ଡ଼ରରେ ଅଭିଯୁକ୍ତ ପୀଡ଼ିତାଙ୍କ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସେଠାରୁ ଚାଲି ଯାଇଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଏବେ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା ସହ ଅଭିଯୋଗ ପାଇ ଅଭିଯୁକ୍ତକୁ ଗିରଫ କରି ନେଇଛି ପୁଲିସ।